ଶ୍ରୀମନ୍ଦିର ପରମ୍ପରା ଭାଙ୍ଗିବା ଅନୁଚିତ : ଗଜପତି ମହାରାଜା

ପୁରୀ,୫।୧୧:ଆସନ୍ତା ୯ରେ ଆମେରିକାର ହ୍ୟୁଷ୍ଟନରେ ରଥଯାତ୍ରା ଆୟୋଜନ ହେଉଛି। ଏହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ଅଦିନିଆ ରଥଯାତ୍ରାକୁ ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ ମଙ୍ଗଳବାର ପ୍ରେସମିଟ କରିଛନ୍ତି। ଇସ୍କନର ଅଦିନିଆ ରଥ ଶ୍ରୀମନ୍ଦିର ପରମ୍ପରାର ଉଲ୍ଲଂଘନ ବୋଲି କହିଛନ୍ତି ଗଜପତି। ବିଦେଶରେ ଅଦିନିଆ ରଥଯାତ୍ରା ଆୟୋଜନକୁ ନେଇ ପ୍ରେସମିଟ କରି ବର୍ଷିଲେ ଗଜପତି ମହାରାଜା କଷ୍ଣଚନ୍ଦ୍ର ଗଜପତି । ଇସ୍କନର ଅଦିନିଆ ରଥ ଶ୍ରୀମନ୍ଦିର ପରମ୍ପରାର ଉଲ୍ଲଂଘନ କହିଲେ ଗଜପତି । 9 ତାରିଖରେ ଆମେରିକାର ହ୍ୟୁଷ୍ଟନରେ ରଥଯାତ୍ରା ଆୟୋଜିତ ହେଉଛି । ଚିଠି ଲେଖିବା ସତ୍ତ୍ବେ ଇସ୍କନ ନମାନି ରଥଯାତ୍ରା ଆୟୋଜନ କରୁଥିବା ନେଇ କ୍ଷୋଭ ପ୍ରକାଶ କରିଥଛନ୍ତି ଗଜପତି ।ପ୍ରେସମିଟ୍ କରି କହିଛନ୍ତି, “ପୂର୍ବରୁ 3 ତାରିଖରେ ସ୍ନାନଯାତ୍ରା କରିବା ନେଇ ଘୋଷଣା କରିଥିଲେ । କିନ୍ତୁ ବର୍ତ୍ତମାନ ଏହାକୁ ଇସ୍କନ ବାତିଲ କରିଛି । ହେଲେ ରଥଯାତ୍ରା ଆୟୋଜନ କରୁଛନ୍ତି । ଶ୍ରୀମନ୍ଦିରର ପରମ୍ପରା ଭାଙ୍ଗିବା ଠିକ୍ କଥା ନୁହେଁ । 1969 ମସିହାରୁ ଇସ୍କନ ଅଦିନିଆ ରଥଯାତ୍ରା ଆୟୋଜନ କରିଆସୁଛି । ତେବେ ବାରମ୍ବାର ବାରଣ କରିବା କାରଣରୁ 2021 ମସିହାରୁ ଏହା ହେଉନଥିଲା । କିନ୍ତୁ ବିଦେଶରେ ଇସ୍କନ ଏହି ନିୟମ ଭାଙ୍ଗି ରଥଯାତ୍ରା କରୁଛି । ବହୁତ ହୋଇଗଲା ଏଥର ଆଉ ଛଡାଯିବନି । ଆଇନର ରାସ୍ତା ନେବୁ ।” ଅଦିନିଆ ରଥଯାତ୍ରାର ଆୟୋଜନ ଜଗନ୍ନାଥ ସଂସ୍କୃତି ଓ ଶ୍ରୀମନ୍ଦିରର ପରମ୍ପରା ଭାଙ୍ଗିବା ଭଳି । ତେବେ ମାର୍ଚ୍ଚରେ ଇସ୍କନର ଗଭର୍ଣ୍ଣିଂ କାଉନସିଲ ବୈଠକ ରହିଛି । ଆମେ ସେତିକି ଦିନ ଯାଏଁ ଅପେକ୍ଷା କରିବୁ । ଯଦି ସେଠାରେ ସେମାନେ ମାନିଯାଆନ୍ତି ତାହେଲେ ଭଲ କଥା, ନଚେତ୍ ଏଥର ଛଡାଯିବନି ବୋଲି ମହାରାଜା କହିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!