ଝରିଗାଁ ବ୍ଲକରେ ପିଲାଙ୍କ ମଧ୍ୟାହ୍ନ ଭୋଜନ ଘୋଟାଲା

ନବରଙ୍ଗପୁର(ମିହିର ଶଙ୍କର ପାତ୍ର), ୪।୧୧:-ଗୋଣଶିକ୍ଷା ମନ୍ତ୍ରୀଙ୍କ ଜିଲ୍ଲାରେ ବିନା ଭୟରେ MDM ଘୋଟାଲା କରୁଛନ୍ତି ଶିକ୍ଷକ, ସବୁ ଜାଣି ନିରବଦ୍ରଷ୍ଟା ସାଜିଛନ୍ତି ବ୍ଲକ ଶିକ୍ଷା ଅଧିକାରୀଝରିଗାଁ ବ୍ଲକରେ ପିଲାଙ୍କ ମଧ୍ୟାହ୍ନ ଭୋଜନ ଘୋଟାଲା। ଏଭଳି ଏକ ଘୋଟଣା ଦେଖିବାକୁ ମିଳିଛି ଝରିଗାଁ ବ୍ଲକ ବକଡାବେଡା ପ୍ରାଥମିକ ବିଦ୍ୟାଳୟରେ।ଏହି ବିଦ୍ୟାଳୟର ରହିଛି ଗୋଟିଏ ଆଦିବାସୀ ଛାତ୍ରଙ୍କ ରହିବା ପାଇଁ ହଷ୍ଟେଲ।ବିଦ୍ୟାଳୟ ରେ ଆଜି 41ଜଣ ଛାତ୍ର ଛାତ୍ରି ମଧ୍ୟାହ୍ନ ଭୋଜନ କରିଥିବା ବେଳେ ସରକାରୀ ପିଏମ ପୋଷଣ ( ସରକାରୀ ମଧ୍ୟାନ୍ନ ଭୋଜନ ଆପ)ରେ ଭୁଲ ତଥ୍ୟ ଦେଇ ପଇସା ଆତ୍ମସାତ କରିବା ପାଇଁ 59 ଜଣ ଖାଇଥିବା ଦର୍ଶାଇ ଥିଲେ ଦାଇତ୍ୱ ରେ ଥିବା ପ୍ରଧାନ ଶିକ୍ଷକ।ଯୋଉ ଖାଦ୍ୟ ଆଜି ଦେଇଥିଲେ ତାହା ମଧ୍ୟ ନିମ୍ନମାନର ଥିଲା, ପାଣିଆ ଡାଲିରେ କିଛି ପନିପରିବା ପକାଇ ଦେଇଥିଲେ। ଏଭଳି ସରକାରଙ୍କୁ ଭୁଆଁ ବୁଲାଇ ବର୍ଷ ତମାମ କେତେ ମଧ୍ୟାହ୍ନ ଭୋଜନ ପଇସା ଆତ୍ମସାତ କରୁଥିବେ ଶିକ୍ଷକ ତାହା ସ୍ୱଷ୍ଠ କଣାପଡୁଛି। ଏହି ଘଟଣା ବିଷୟରେ ନିଜେ ଗଣଶିକ୍ଷା ମନ୍ତ୍ରୀ ତଦନ୍ତ କରିବାର ଆବଶ୍ୟକ ରହୁଛି, ଯେହେତୁ ଏହା ତାଙ୍କ ନିଜ ଜିଲ୍ଲାର ସମସ୍ୟା ବୋଲି ବୁଦ୍ଧିଜୀବୀ ମାହୋଲ ରେ ଆଲୋଚନା ହେଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!