ଜାତୀୟସ୍ତରରେ ପାଳନ ହେବ ମହତାବ ଜୟନ୍ତୀ

ଭୁବନେଶ୍ୱର,୫ା୧୧: କେନ୍ଦ୍ର ସରକାର ‘ଉତ୍କଳ କେଶରୀ ହରେକୃଷ୍ଣ ମହତାବ’ଙ୍କର ୧୨୫ ତମ ଜନ୍ମ ବାର୍ଷିକୀକୁ ଜାତୀୟ ଉତ୍ସବ ଭାବରେ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି।ଜାତୀୟ ସ୍ତରରେ ପାଳନ ହେବ ଉତ୍କଳ କେଶରୀ ଡକ୍କର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ।  ଡ.ମହତାବଙ୍କ ଜୟନ୍ତୀକୁ ଜାତୀୟ ସ୍ତରୀୟ ଉତ୍ସବ ଭାବେ ପାଳନ କରିବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ଏକ୍ସ ହ୍ୟଣ୍ଡେଲ୍‌ରେ ଟ୍ବିଟ କରି ଲେଖିଛନ୍ତି ଯେ ଭାରତ ସରକାରଙ୍କ ପକ୍ଷରୁ  ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଜାତୀୟ ସ୍ତରରେ ପାଳନ କରାଯିବା ନେଇ ନିଷ୍କତ୍ତି ନିଆଯାଇଛି। ଓଡ଼ିଆ ଅସ୍ମିତା ପାଇଁ ଏହି ମହାନ ଜାତୀୟ ଜନନାୟକଙ୍କ ନିମନ୍ତେ ଏହା ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ ଏଥିପାଇଁ କୃତଜ୍ଞତା ଜ୍ଞାପନ କରୁଛି ବୋଲି ସେ ପ୍ରକାଶ କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!