ଭଦ୍ରକରେ ନନ୍ଦନକାନନ ଏକ୍ସପ୍ରେସ ଉପରକୁ ଗୁଳିମାଡ଼

ଭଦ୍ରକ,୫।୧୧: ଟ୍ରେନ୍‌ ଉପରକୁ ଗୁଳିମାଡ଼ । ନନ୍ଦନକାନନ ଏକ୍ସପ୍ରେସ ଉପରେ ହୋଇଛି ଗୁଳିମାଡ଼ । ତେବେ ଏହି ଗୁଳିମାଡ଼ରେ କୌଣସି ବ୍ୟକ୍ତି ଆହତ ହୋଇନଥିବା ସୂଚନା ମିଳିଛି ।ଭଦ୍ରକ-ବାଉଦପୁର ସେକ୍ସନ ଟ୍ରେନ୍‌ ଲାଇନ୍‌ ମଝିରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ନନ୍ଦନକାନନ ଏକ୍ସପ୍ରେସ ଟ୍ରେନ୍‌ ଉପରକୁ କେତେକ ଦୁର୍ବୃତ୍ତ ଟ୍ରେନ ଉପରକୁ ୨ ରାଉଣ୍ଡ ଗୁଳିମାଡ଼ କରିଛନ୍ତି। ଗୁଳିଟି ଗାର୍ଡ ବଗିର ୱିଣ୍ଡୋ କାଚରେ ବାଜିଛି। ଗୁଳିକାଣ୍ଡରେ ୱିଣ୍ଡୋ କାଚ ଭାଙ୍ଗି ଯାଇଥିବା ବେଳେ ଏଥିରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!