ନବରଙ୍ଗପୁର(ମିହିର ଶଙ୍କର ପାତ୍ର),,୫।୧୧ :-ନାଗ ଚତୁର୍ଥୀ କାର୍ତ୍ତିକ ଶୁକ୍ଳ ଚତୁର୍ଥୀ ଦିନ ପାଳନ କରାଯାଏ ।ଏହି ପର୍ବଟି ନାଗ ଦେବତାଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଇଥାଏ ।ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ପାଳିତ ହେଲା ନାଗ ଚତୁର୍ଥୀ।ଏହି ପର୍ବରେ ନାରୀମାନେ ପରିବାର ତଥା ବିଶେଷ କରି ସନ୍ତାନମାନଙ୍କ ମଙ୍ଗଳ କାମନା କରି ପାଳନ କରିଥାନ୍ତି । ବିଶ୍ୱାସ ରହିଛି ଏହି ପୂଜା କଲେ ସର୍ପ ଦଶଂନର ଭୟ ରହେ ନାହିଁ । ଏହି ପୂଜା ଦୀପାବଳି ଅମାବାସ୍ୟା ପରବର୍ତ୍ତୀ ଚତୁର୍ଥୀ ଦିନ ପରେ ପାଳନ କରାଯାଏ । ଏହି ପୂଜାର ମୁଖ୍ୟ ବିଧି ହେଲା ହୁଙ୍କା ପୂଜା । ନାରୀମାନେ ଏକତ୍ରିତ ହୋଇ ହୁଙ୍କା ଥିବା ସ୍ଥାନରେ ତଥା ହୁଙ୍କାର କିଛି ଅଂଶକୁ ଆଣି ଚଉଁରା ମୂଳେ ରଖି, ନାଗ-ନାଗୁଣିଙ୍କ ତମ୍ବାର ମୂର୍ତ୍ତି ରଖି, ଚିତା ପକାଇ ସିନ୍ଦୁରଦେଇ ଫୁଲରେ ସଜାଇ, ସବୁ ପ୍ରକାରର ପୂଜା ସାମଗ୍ରୀ ଯଥା ଧୂପ ଦୀପ ନଡ଼ିଆ, କଦଳୀ, ଗୁଡ଼ ଚାଉଳ ଚୁନା, ଆଖୁ ଓ ଅନ୍ୟାନ୍ୟ ଫଳ ମୂଳ ଦେଇ ପୂଜା କରିଥାନ୍ତି । କେଉଁ କେଉଁ ସ୍ଥାନରେ କ୍ଷୀର ମଧ୍ୟ ନାଗ ଦେବତାଙ୍କ ସନ୍ତୁଷ୍ଠି ଉଦେଶ୍ୟରେ ଅର୍ପଣ କରାଯାଏ । ହୁଙ୍କା ପୂଜାରେ ଖିର ଓ ସିରିଣି ଦିଆ ଯାଇଥାଏ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |