ଆମ୍ବାଗୁଡା ଗ୍ରାମରେ ଯୁବକର ଆତ୍ମହତ୍ୟା, ପୋଲିସର ତଦନ୍ତ ଆରମ୍ଭ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର),,୫।୧୧ : ଡ଼ାବୁଗାଁ ବ୍ଲକ ର ଜୁନାପାଣି ପଞ୍ଚାୟତ ଅଧିନ ଆମ୍ବାଗୁଡ଼ା ଗ୍ରାମର ଜଣେ ଯୁବକ ଘର ଦୁଲମରେ ବେକରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିବା ନେଇ ମଙ୍ଗଳବାର ଡ଼ାବୁଗାଁ ଥାନାରେ ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ:- ଆମ୍ବାଗୁଡ଼ା ଗ୍ରାମର ଯୋଗେନ୍ଦ୍ର ବିଷୋୟୀ। ସୋମବାର ସନ୍ଧ୍ୟାରେ ଘରୁ କେଉଁ ଆଡେ ଚାଲି ଯାଇଥିଲେ | ଆଜି ସକାଳ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲେକେ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିଲେ କିନ୍ତୁ ପାଇନଥିଲେ | ପରେ ନିଜ ଘର ପଛ ପଟେ ଥିବା ଅନ୍ୟ ଏକ ଘରେ ଯାଇ ଦେଖିବାରୁ ଯୋଗେନ୍ଦ୍ର ଘରର ଦୁଲମ ରେ ବେକରେ ଦୌଡ଼ି ବାନ୍ଧି ଆତ୍ମହତ୍ୟା କରିଛି । ଏହା ପରେ ପରିବାର ଲୋକେ ତାଙ୍କୁ ଝୁଲନ୍ତା ଅବସ୍ଥା ରେ ଦେଖି ଦୁଲମ ରୁ କାଢି ସଖାଳ 10 ଘଣ୍ଟା ସମୟରେ ଡ଼ାବୁଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର କୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ 11 ଘ. ସମୟରେ ମୃତକ ର ସାନ ଭାଇ ଲମ୍ବୋଦର ବିଶୋଇ ଡ଼ାବୁଗାଁ ଥାନାରେ ଏତଲା ଦେଇଥିଲେ । ଉକ୍ତ ଏତଲା କୁ ଭିତ୍ତି କରି ଥାନା ଏଏସଆଇ ଚନ୍ଦ୍ର ଶେଖର ହଜାରୀ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିଥିବା ସହ ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।ପରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୩୪/୨୪ ରେ ଏକ ଅପ ମୃତ୍ୟୁ ମାମଲା ରୁଜୁ କରାଯାଇଛି |

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!