ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ ଯୋଜନାକୁ ମିଳିଲା କ୍ୟାବିନେଟର ମଞ୍ଜୁରୀ

ନୂଆଦିଲ୍ଲୀ,୬ା୧୧: : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମୋଟ ୩,୬୦୦ କୋଟି ଟଙ୍କା ବ୍ୟୟରେ ପିଏମ ବିଦ୍ୟାଲକ୍ଷ୍ମୀ ଯୋଜନାକୁ ମଞ୍ଜୁର ମିଳିଛି । ଉଚ୍ଚ ଶିକ୍ଷା କ୍ଷେତ୍ରରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ନିମନ୍ତେ ଏହି ଯୋଜନାକୁ ମଞ୍ଜୁର କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା ବୈଠକରେ ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ ଯୋଜନାକୁ ମଞ୍ଜୁରୀ ମିଳିଛି । ଏହା ଏକ ନୂଆ କେନ୍ଦ୍ରୀୟ ଯୋଜନା, ଯାହାର ଉଦ୍ଦେଶ୍ୟ ଦେଶର ମେଧାବୀ ଛାତ୍ରୀମାନଙ୍କୁ ଆର୍ଥିକ ସହାୟତା କରିବ । ଏହା ଦ୍ୱାରା ଯୋଗ୍ୟ ଛାତ୍ରୀମାନେ ଅର୍ଥ ଅଭାବ ପାଇଁ ଉଚ୍ଚ ଶିକ୍ଷା ଲାଭରୁ ବଞ୍ଚିତ ନ ହୁଅନ୍ତୁ । ପିଏମ ବିଦ୍ୟାଲକ୍ଷ୍ମୀ ଜାତୀୟ ଶିକ୍ଷା ନୀତି, ୨୦୨୦ରେ ବାହାରିଥିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏଥିରେ ପରାମର୍ଶ ଦିଆଯାଇଥିଲା ଯେ, ଉଚ୍ଚଶିକ୍ଷାର ଉଭୟ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନରେ ଯୋଗ୍ୟ ଛାତ୍ରୀମାନଙ୍କ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ଆବଶ୍ୟକ ।ପିଏମ ବିଦ୍ୟାଳକ୍ଷ୍ମୀ ଯୋଜନା ଅନୁଯାୟୀ, କ୍ୱାଲିଟି ହାୟର ଏଜୁକେସନ ଇନଷ୍ଟିଚ୍ୟୁଟରେ ଆଡମିଶନ ପାଇବାକୁ କୌଣସି ମଧ୍ୟ ଛାତ୍ର ପାଠକ୍ରମ ସହ ଜଡିତ ଟ୍ୟୁସନ ଫିସ ଏବଂ ଅନ୍ୟ ଖର୍ଚ୍ଚର ସମସ୍ତ ଟଙ୍କାକୁ କଭର କରିବା ଲାଗି ବ୍ୟାଙ୍କ ଏବଂ ଆର୍ଥିକ ସଂସ୍ଥାମାନଙ୍‌ଜରେ ବିନା କୌଣସି ଜମିରେ ଲୋନ ନେବା ପାଇଁ ଯୋଗ୍ୟ ହେବେ । ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ ଯୋଜନାକୁ ଏକ ସହଜ, ସ୍ପଷ୍ଟ ଏବଂ ଷ୍ଟୁଡେଣ୍ଟ ଫେଣ୍ଡଲୀ ସିଷ୍ଟମ ମାଧ୍ୟମରେ ଅପରେଟ କରାଯିବ, ଯାହା ଇଣ୍ଟର-ଅପରେବଲ ଏବଂ ପୁରାପୂରି ଭାବେ ଡିଜିଟାଲ ହେବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!