କଟକ,୮।୧୧: ମାଟ୍ରିକ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ଅନଲାଇନରେ ଚାଲିଛି। ସେହିଭଳି କରେସପଣ୍ଡେଣ୍ଟ ରେଗୁଲାର୍ ଓ କରେସପଣ୍ଡେଣ୍ଟ ଏକ୍ସ ରେଗୁଲାର ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟର ଉପସମ୍ପାଦକଙ୍କ ଦ୍ବାରା ଅଫଲାଇନରେ ହେଉଛି। ଆସନ୍ତା ୧୮ ତାରିଖ ଯାଏ ଏହି ପ୍ରକ୍ରିୟା ଚାଲିବ। ଫର୍ମ ପୂରଣର ଶେଷ ସମୟ ଆସନ୍ତା ୧୮ ତାରିଖ ରାତି ୧୧ଟା ୪୫ର ପର୍ଯ୍ୟନ୍ତ ରହିଛି ।ମେଟ୍ରିକ ପରୀକ୍ଷା ପାଇଁ ଆରମ୍ଭ ହେଲା ଫର୍ମ ଫିଲଅପ ପ୍ରକ୍ରିୟା । ଆସନ୍ତା ୨୦୨୫ରେ ହେବାକୁ ଥିବା ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ଫିଲପ ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା ରେଗୁଲାର ଓ ଏକ୍ସରେଗୁଲାରଙ୍କ ପାଇଁ ଅନଲାଇନରେ ହେଉଥିବା ବେଳେ ଅଫଲାଇନରେ କରେସପଣ୍ଡେଣ୍ଟ ଓ କରେସ୍ପଣ୍ଡେଣ୍ଟ ଏକ୍ସ ରେଗୁଲାରଙ୍କ ପାଇଁ ହେଉଛି । ଏହି ପ୍ରକ୍ରିୟା ଆସନ୍ତା ୧୮ ତାରିଖ ଯାଏ ଚାଲିବ । ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ଆପ୍ଲିକେସନ ଫର୍ମ ପ୍ରକାଶ ପାଇଛି ।ଏଥିପାଇଁ ପରୀକ୍ଷାଙ୍କୁ ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟ bseodisha.ac.in କୁ ଯାଇ ଦିଆଯାଇଥିବା ଫର୍ମ ପୂରଣ କରିବାକୁ ହେବ । ତେବେ କିପରି କରିବେ ଫର୍ମ ଫିଲପ ଆସନ୍ତୁ ଜାଣିବେ ।ପ୍ରଥମେ ଅଫିସିଆଲ ସାଇଟ bseodisha.ac.in କୁ ଯାଇ ଫର୍ମ ଲିଙ୍କରେ କ୍ଲିକ କରନ୍ତୁ । ଏକ ନୂଆ ପୃଷ୍ଠା ଖୋଲିବ, ଓ ପଚରା ଯାଇଥିବା ତଥ୍ୟ ପ୍ରଦାନ କରିବାକୁ ହେବ । ଫଳରେ ସ୍କ୍ରିନରେ ଆପ୍ଲିକେସନ ଫର୍ମ ଓପନ ହେବ । ଆବେଦନ ପତ୍ର ଡାଉନଲୋଡ କରନ୍ତୁ । ପରୀକ୍ଷାର୍ଥୀଙ୍କୁ ସେମାନଙ୍କ ସମ୍ପର୍କରେ ପଚରା ଯାଇଥିବା ସବୁ ତଥ୍ୟ ସଠିକ ଭାବେ ଦେବାକୁ ହେବ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |