ପୁରୀ ,,୯।୧୧:ଆସନ୍ତାକାଲି ପବିତ୍ର ଅଁଳା ନବମୀ। ଏଥିପାଇଁ ପୁରୀ ସ୍ଥିତ ସାକ୍ଷୀ ଗୋପାଳ ସଜେଇ ହେଉଛି ସାକ୍ଷୀଗୋପୀନାଥ ମନ୍ଦିର। ସାକ୍ଷୀଗୋପୀନାଥ ମନ୍ଦିରର ରଙ୍ଗ କାମ ଶେଷ ହୋଇଥିବା ବେଳେ ମନ୍ଦିର ଆଖପାଖକୁ ସାଜସଜା କରାଯାଇଛି।ଅଁଳା ନବମୀରେ ରାଧାପାଦ ଦର୍ଶନ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ। କାଲି ଓଡ଼ିଆଣୀ ବେଶରେ ଦର୍ଶନ ଦେବେ ମାଆ ରାଧାରାଣୀ। ଏଥିସହ ନଟବର ବେଶରେ ଦର୍ଶନ ଦେବେ ପ୍ରଭୁ ସାକ୍ଷୀଗୋପିନାଥ। ରାଧାପାଦ ଦର୍ଶନ । ପୁରୀ ଜିଲ୍ଲା ସାକ୍ଷୀଗୋପାଳର ସାକ୍ଷୀଗୋପୀନାଥ ମନ୍ଦିରରେ ମାଆ ରାଧାରାଣୀଙ୍କ ଦୁର୍ଲଭ ପାଦ ଦର୍ଶନର ସୌଭାଗ୍ୟ ଲାଭ କରିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଏନେଇ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ମାଆ ରାଧାରାଣୀ ଓଡ଼ିଆଣୀ ବେଶରେ ଓ ଶ୍ରୀକୃଷ୍ଣ ନଟବର ବେଶରେ ସଜ୍ଜିତ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ବର୍ଷକରେ ଥରେ ଶ୍ରଦ୍ଧାଳୁମାନେ ଏହି ଦର୍ଶନର ସୌଭାଗ୍ୟ ପାଇଥାନ୍ତି ।ସେଥିପାଇଁ ସବୁଦିନ ଠାରୁ ଏହି ଦିନ ସବୁଠୁ ଅଧିକ ଶ୍ରଦ୍ଧାଳୁ ଆସିଥାନ୍ତି । ଏନେଇ ପୁରୀ ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ ବୁଧବାର ସାକ୍ଷୀଗୋପାଳ ପରିଦର୍ଶନ କରିଛନ୍ତି । ଆସନ୍ତା କାଲି ଅଁଳା ନବମୀ ଓ ରାଧା ପାଦ ଦର୍ଶନ ଏକାଠି ପଡୁଥିବାରୁ ସମସ୍ତ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଏସପି ଶ୍ରୀ ଅଗ୍ରୱାଲ । ରାଧା ପଦ ଦର୍ଶନ ସମୟରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ସୁରକ୍ଷା, ଭିଡ଼ ପରିଚାଳନା ଏବଂ ସମସ୍ତ ଭକ୍ତଙ୍କ ପାଇଁ ଶାନ୍ତିପୂର୍ଣ୍ଣ ଦର୍ଶନ ପାଇଁ ପୁରୀ ପୋଲିସ ସମସ୍ତ ପଦକ୍ଷେପ ଗ୍ରହଣ କରୁଥିବା ଏସପି ଶ୍ରୀ ଅଗ୍ରୱାଲ କହିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |