ଶ୍ରୀମନ୍ଦିରରେ ଅଣହିନ୍ଦୁ ମହିଳା ପ୍ରବେଶ

ପୁରୀ,୧୨।୧୧: ଶ୍ରୀମନ୍ଦିରରେ ଅଣହିନ୍ଦୁ ମହିଳା ପ୍ରବେଶ କରିଥିବା ସୂଚନା ମିଳିଛି। ଶ୍ରୀମନ୍ଦିରରେ ପଶିଗଲେ ଅଣହିନ୍ଦୁ। ସୁରକ୍ଷା ବ୍ୟବସ୍ଥାକୁ ଭେଦକରି ମନ୍ଦିରର ଗୁମୁଟ ଭିତରକୁ ପଶିଗଲେ ଅଣହିନ୍ଦୁ ମହିଳା। ମାଣ୍ଡାରିନ୍ ଭାଷାରେ କଥାବାର୍ତ୍ତା କରୁଥିବାରୁ ହୋଇଥିଲା ସନ୍ଦେହ। ତେବେ ଏହି ଚାଇନିଜ୍ ମହିଳା ଜଣକ ଶ୍ରୀମନ୍ଦିର ପୋଲିସକୁ ଚ୍ୟାଲେଞ୍ଜ ଦେଇ ଲୋକଙ୍କ ଭିଡ ଭିତରେ ମନ୍ଦିର ଭିତରକୁ ପ୍ରବେଶ କରିଥିବା ଦେଖିବାକୁ ମିଳିଛି। ମହିଳା ଜଣକ ସିଂହଦ୍ବାର ମଧ୍ୟ ଦେଇ ଗୁମୁଟ ମଧ୍ୟକୁ ପ୍ରବେଶ କରିଥିବା ବେଳେ, ଶ୍ରୀଜଗନ୍ନାଥ ଟେମ୍ପୁଲ ପୋଲିସ  ମହିଳାଙ୍କୁ ମନ୍ଦିର ବାହାରକୁ ଆଣିଥିଲା। ପରବର୍ତ୍ତି ସମୟରେ ମହିଳା ଜଣଙ୍କୁ ପୋଲିସର ଅସ୍ଥାୟୀ କ୍ୟାମ୍ପ ମଧ୍ୟକୁ ନିଆଯାଇଥିଲା। ତଦନ୍ତ ପରେ ମହିଳାଙ୍କୁ ବ୍ୟାରିକେଡ୍ ବାହାରକୁ ଛାଡି ଦିଆଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!