ଅବଦୁଲ କଲାମ ଦ୍ୱୀପରୁ ହାଇପରସୋନିକ୍ ମିସାଇଲର ସଫଳ ପରୀକ୍ଷା

 ଭଦ୍ରକ ,୧୭।୧୧: ହାଇପରସୋନିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ନଭେମ୍ବର ୧୬ ତାରିଖରେ ଓଡ଼ିଶା ସ୍ଥିତ ଡ. ଅବଦୁଲ କଲାମ ଦ୍ୱୀପରୁ ଦେଶର ପ୍ରଥମ ଲଙ୍ଗ-ରେଞ୍ଜ ହାଇପରସୋନିକ୍ ମିସାଇଲର ସଫଳ ପରୀକ୍ଷଣ କରିଛି ଡିଆରଡିଓ । ଏହି ମିସାଇଲ ଭାରତକୁ ପ୍ରତିରକ୍ଷା ଟେକ୍ନୋଲୋଜି କ୍ଷେତ୍ରରେ ଏକ ନୂଆ ଶୀର୍ଷରେ ପହଞ୍ଚାଇଛି ।  ଭଦ୍ରକ ଧାମରା ନିକଟ ଅବଦୁଲ କଲାମ ଦ୍ବୀପରୁ ଗତକାଲି ସଂଧ୍ୟାରେ ଡିଆରଡିଓ ପକ୍ଷରୁ ଦୂରଗାମୀ ହାଇପରସୋନିକ୍ ମିସାଇଲର ସଫଳ ପରୀକ୍ଷା କରାଯାଇଛି। ଏ ନେଇ ସୋସିଆଲ୍ ମିଡିଆରେ ଭିଡିଓ ପୋଷ୍ଟ କରି ସୂଚନା ଦେଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ। ଏଥିପାଇଁ ଡିଆରଡିଓ, ଭାରତୀୟ ପ୍ରତିରକ୍ଷା ବାହିନୀକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ। ଏହାକୁ ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ଐତିହାସିକ ମୁହୂର୍ତ୍ତ ବୋଲି କହିଛନ୍ତି। ଏହି ସଫଳ ପରୀକ୍ଷଣ ଫଳରେ ଏ ପ୍ରକାର ଅତ୍ୟାଧୁନିକ ସାମରିକ କ୍ଷମତା ଥିବା ବିଶ୍ବର ହାତଗଣତି ଦେଶଙ୍କ ମଧ୍ୟରେ ସାମିଲ ହୋଇଛି ଭାରତ। ଏହି କ୍ଷେପଣାସ୍ତ୍ରର ରହିଛି 50 କେଜି ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା। ଏହା 1338 କିଲୋମିଟର ଯାଏଁ ଲକ୍ଷ୍ୟଭେଦ କରିପାରିବ। ଏହି ମିସାଇଲ୍ ଲଞ୍ଚ ପ୍ୟାଡରୁ ଉତକ୍ଷେପଣ ପରେ ଶତ୍ରୁ ପକ୍ଷର ବୁଡ଼ାଜାହାଜକୁ ଧ୍ବଂସ କରିବାକୁ ମଝି ସମୁଦ୍ରରୁ ଟର୍ପିଡୋକୁ ଛାଡ଼ିଥାଏ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!