ରାଜ୍ୟର ୨୦ ଡିଗ୍ରୀ ତଳେ ୩୦ ସହର

ଭୁବନେଶ୍ୱର,୧୭ା୧୧ : ରାଜ୍ୟର ୨୦ ଡିଗ୍ରୀ ତଳେ ୩୦ ସହର|ଗତ ୨ଦିନ ହେବ ପାରଦ ତଳମୁହଁା ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇଛି। ଶନିବାର ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୧.୮ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ରାଜ୍ୟର ପ୍ରାୟ ୩୦ ସ୍ଥାନରେ ପାରଦ ୨୦ ଡିଗ୍ରୀ ସେଲସିୟସ୍‌ରୁ କମ୍‌ ରେକର୍ଡ କରାଯାଇଛି। ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୨.୫ ଡିଗ୍ରୀ ସେଲସିୟସ୍‌ ରହିଥିବାବେଳେ ଏହା ତଳକୁ ରାଉରକେଲାରେ ୧୨.୭ ଡିଗ୍ରୀ, ଝାରସୁଗୁଡ଼ାରେ ୧୩.୦ ଡିଗ୍ରୀ ଓ କେନ୍ଦୁଝରଗଡ଼ରେ ୧୪.୫ ଡିଗ୍ରୀ ସେଲସିୟସ୍‌ ରହିଥିଲା। ତେବେ ଆସନ୍ତା ୫ଦିନ ମଧ୍ୟରେ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ କମିପାରେ ଓ ୨୩ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!