ଭିଜିଲାନ୍ସ ଜାଲରେ କାମାକ୍ଷାନଗର ଉପଜିଲ୍ଲାପାଳ

ଭୁବନେଶ୍ୱର,୧୮।୧୧: ଭିଜିଲାନ୍ସ ଜାଲରେ କାମାକ୍ଷାନଗର ଉପଜିଲ୍ଲାପାଳ । ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ଘରେ ଛାପା ମାରିଛି ଭିଜିଲାନ୍ସ ଟିମ୍। ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ରେଡ ହୋଇଛି। ସରକାରୀ ବାସଭବନ ଓ ସରକାରୀ କାର୍ଯ୍ୟାଳୟ ସମେତ ଏକାକାଳୀନ ୧୦ଟି ସ୍ଥାନରେ ଚଢାଉ ଚାଲିଛି।ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ସମେତ ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଭୁବନେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି। ଚଢାଉରେ ୭ ଡିଏସପି, ୩ ଜଣ ଇନସପେକ୍ଟର ଏବଂ ୮ ଜଣ ଆଇଆଇସି ସାମିଲ ଅଛନ୍ତି।  ଉପଜିଲ୍ଲାପାଳଙ୍କର ଭୁବନେଶ୍ୱର ଝାରପଡ଼ାରେ ୩ ତାଲା କୋଠା, ଭଦ୍ରକ କୁଆଁଶରେ ୩ ତାଲା କୋଠା, ଭଦ୍ରକ ଗେଲପୁରରେ ଏକ ଦୁଇ ମହଲା ବିଶିଷ୍ଟ କୋଠା ଥିବା ସୂଚନା ମିଳିଛି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!