ସାମ୍ବାଦିକ ରଞ୍ଜନ ପଟ୍ଟନାୟକ ଙ୍କର ପରଲୋକ,ଓଜେୟୁ ର ଶୋକ ପ୍ରକାଶ

ନବରଙ୍ଗପୁର( ମିହିର ଶଙ୍କର ପାତ୍ର),୧୮।୧୧:-ସଦର ମହକୁମାରେ ଓଡିଶା ଭାସ୍କର ଖବର କାଗଜରେ କାର୍ଯ୍ୟରତ ଜିଲ୍ଲା ପ୍ରତିନିଧ ତଥା ପୂର୍ବତନ କାଉନସିଲର ରଞ୍ଜନ କୁମାର ପଟ୍ଟନାୟକଙ୍କ ୫୮ ବର୍ଷ ବୟସରେ ପରଲୋକ ଘଟିଛି । ଶନିବାର ରାତ୍ର ୧୦.୩୦ ସମୟରେ ଗାଦବାଗୁଡା ସ୍ଥିତ ତାଙ୍କ ବାସଭବନ ଠାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ସେ ଦୀର୍ଘ ବର୍ଷ ଧରି କର୍କଟ ରୋଗରେ ପୀଡିତ ଥିବା ସତ୍ତ୍ୱେ ଦକ୍ଷତାର ସହ ସାମ୍ବାଦିକତା କରି ସୁନାମ ଅର୍ଜନ କରିଥିଲେ। ସେ ପୂର୍ବରୁ ନବରଙ୍ଗପୁର ପୌର ପରିଷଦର ଗାଦବାଗୁଡାର ୱାର୍ଡ କାଉନସିଲର ଭାବେ ନିର୍ବାଚିତ ହୋଇ ଅଞ୍ଚଳର ବିକାଶ କରି ପାରିଥିଲେ। ସ୍ବର୍ଗତ ରଞ୍ଜନ ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ) ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ଭାବେ ଦାୟିତ୍ଵ ନିର୍ବାହ କରୁଥିଲେ। ତାଙ୍କ ଶେଷ ଦର୍ଶନ ପାଈଁ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝୀ, ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ମଞ୍ଜୁଳା ମାଝୀ, ପୂର୍ବତନ ପୌର ପରିଷଦ ଅଧ୍ୟକ୍ଷ ଅର୍ଜୁନ ତ୍ରିପାଠୀଙ୍କ ସମେତ ଜିଲା ଓ ବିଭିନ୍ନ ବ୍ଲକର ସାମ୍ବାଦିକ , ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ରହିଥିଲେ। ତାଙ୍କ ଶେଷ କୃତ୍ୟ ସ୍ଥାନୀୟ ଛତ୍ରବଟ୍ଟ ଶ୍ମଶାନରେ ଅନୁଷ୍ଠିତ ହୋଇଥିଲା। ଓଜେୟୁ ପକ୍ଷରୁ ରାଜ୍ୟ ସଭାପତି ଶଶିଭୂଷଣ ପ୍ରହରାଜ, ରାଜ୍ୟ ସମ୍ପାଦକ ବାଙ୍କ ବିହାରୀ ବିଷୋୟୀ, ଉପଦେଷ୍ଠା ରାକେଶ ଗୁପ୍ତା, ଜିଲ୍ଲା ସଭାପତି ଶିବ ଶଙ୍କର ତ୍ରିପାଠୀ, ଜିଲା ସମ୍ପାଦକ ଜାନକିକାନ୍ତ ବିଷୋୟୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!