ଡ଼ାବୁଗାଁ ଚିକିତ୍ସାଳୟରେ ମହପ୍ରଣୟ ଗାଡ଼ି ନଥିବାରୁ ଶିଶୁକନ୍ୟାର ଶବକୁ ଧରି ୫ଘଣ୍ଟା ଅପେକ୍ଷା କଲେ ପରିବାର ବର୍ଗ

ନବରଙ୍ଗପୁରର(ମିହିର ଶଙ୍କର ପାତ୍ର),୧୮।୧୧:- ଡ଼ାବୁଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ମହାପ୍ରଣୟ ଗାଡ଼ି ନାହଁ । ଚିକିତ୍ସାଳୟରେ କୌଣସି ଲୋକ ମରି ଯାଆନ୍ତି ତାହେଲେ ପରିବାର ବର୍ଗ ଭଡ଼ା ଗାଡ଼ି ନଚେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ମହାପ୍ରଣୟ ଗାଡ଼ି ଉପରେ ନିର୍ଭର କରଛନ୍ତି।ସୁଚନା ଥାଉକି ଗତ କିଛି ବର୍ଷ ପୂର୍ବେ ଏପରି ଘଟଣା ବାରମ୍ବାର ହେଉଥିବା ବେଳେ ବହୁତ ଚେଷ୍ଟା ପରେ ଏକ ମହାପ୍ରଣୟ ଗାଡ଼ି ଡ଼ାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯୋଗାଇ ଦିଆଯାଇଥିଲା । କିନ୍ତୁ ଆଜକୁ ପ୍ରାୟ ୧୫ଦିନ ହେବ ସେହି ଗାଡ଼ି କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ତେଣୁ ଡ଼ାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଥିବା ମୃତ ଶରୀରକୁ ପରିବାର ଲୋକେ ଅନ୍ୟ ଗାଡ଼ି କିମ୍ବା ମହାପ୍ରଣୟ ଗାଡି ଆସିବା ପର୍ଯ୍ୟନ୍ତ ଅପେକ୍ଷା କରୁଛନ୍ତି । ଏଭଳି ଏକ ଘଟଣା ଆଜି ଦେଖିବାକୁ ମିଳିଛି ରାଇଘର ଥାନା ଅଧିନ କସୁମପୁର ଗ୍ରାମର କପୁର ଗଣ୍ଡ ନିଜ ଏକ ବର୍ଷର ଶିଶୁ କନ୍ୟା ବିନତାବାଇ ଗଣ୍ଡଙ୍କ ଦେହ ଅସୁସ୍ଥ ଥିବାରୁ ନିଜ ସ୍ତ୍ରୀ ଙ୍କ ଶହ ଡ଼ାବୁଗାଁ ସ୍ଥିତ କେଲିଆ ଶୈବ ପୀଠକୁ ଦର୍ଶନ ପାଈଁ ଯାଉଥିଲେ । ଅଧା ବାଟରେ ଝିଅର ଦେହ ଅଧିକ ଖରାପ ହେବାରୁ ଡ଼ାବୁଗାଁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇଥିଲେ ସେଠାରେ ଡାକ୍ତର ବିନତାଙ୍କୁ ମୃତ ଘୋଷଣା କରିଥିଲେ। ସେ ଜଣେ ନିହାତି ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ଅନ୍ୟ ଗାଡି ଆୟୋଜନ କରିପାରି ନଥିଲେ । ହେଲେ ଡ଼ାବୁଗାଁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ରେ ମହାପ୍ରଣୟ ନଥିବାରୁ ସେ ସନ୍ଧ୍ୟା ସମୟରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ମହାପ୍ରଣୟ ଆସିଲେ ସବ ନେବେ ବଳି ଅପେକ୍ଷା କରିଥିଲେ।ଦୁଃଖର ସହ କହିବାକୁ ପଡୁଛି ଡାବୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ରର ମହାପ୍ରଣୟ ଗାଡିକୁ ନବରଙ୍ଗପୁର ମୁଖ୍ୟଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି, ତେଣୁ ଶବ ନେବା ପାଇଁ ସାଧାରଣ ଲୋକ ପ୍ରାଇବେଟ ଗାଡିକୁ ୪/୫ ହଜାର ଦେଇ ଶବ ନେବା ପାଇଁ ବାଧ୍ୟ ହେଉଛନ୍ତି। ଏବିଷୟରେ ନବରଙ୍ଗପୁର ସିଡିଏମ ଙ୍କୁ ଯୋଗାଯୋଗ କରିବାରୁ ନବରଙ୍ଗପୁର ମହାପ୍ରଣୟ ଗାଡି ଖରାପ ଥିବାରୁ ଆଜିକୁ 15 ଦିନ ହେବ ଡାବୁଗାଁ ଗାଡିକୁ ଜିଲ୍ଲାକୁ ଅଣାଯାଇଛି ବୋଲି କହିଥିଲେ। କିନ୍ତୁ ଯେଭଳି ଦୁର୍ଘଟଣା ଡାବୁଗାଁ ଅଂଚଳରେ ଦିନକୁ ଦିନ ବଡୁଛି ଏହାକୁ ଦୃଷ୍ଟିରେ ରଖି ଯଥାଶୀଘ୍ର ଡାବୁଗାଁ ମହାପ୍ରଣୟ ଗଡୁକୁ ଡାବୁଗାଁ କୁ ସ୍ଥାନାନ୍ତର କରାଗଲେ ଅଂଚଳ ବାସି ଉପକୃତ ହେଇପାରିଥାନ୍ତେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!