ଭୁବନେଶ୍ବର,୨୨।୧୧: ଆସନ୍ତାକାଲି ପବିତ୍ର ପ୍ରଥମାଷ୍ଚମୀ । ପଢୁଆଁ ହେବେ ମହାବାହୁ । ଏଥିପାଇଁ ମାମୁଁ ଘରୁ ବାହାରିଲା ଭାର । ମହାପ୍ରଭୁଙ୍କ ମାମୁ ଘର କଟକ ନିଆଳିର ମାଧବାନନ୍ଦଜୀଉଙ୍କ ପୀଠରୁ ବିଶ୍ବନୟନ୍ତାଙ୍କ ପାଇଁ ପୋଢୁଆଁ ଭାର ଯାଇଛି । ପାଟ ବସ୍ତ୍ରୀ ଏବଂ ବିଭିନ୍ନ ଫଳମୂଳ ସହିତ ପୀଠା ଭାର ମଧ୍ୟ ଯାଇଛି ।ମହାପ୍ରଭୁଙ୍କ ଖଣ୍ଡୁଆ ପାଟଠାରୁ ଆରମ୍ଭ କରି ପିଠା ପାଇଁ ବିରି, ନଡିଆ, ଗୁଡ, ଛେନା, କଦଳୀ, ସହିତ ବିଭିନ୍ନ ପ୍ରକାରର ଫୁଲ,ଫଳ ଭାରରେ ରହିଛି।ଏହି ସମୟରେ ଶଙ୍ଖ, କୀର୍ତ୍ତନ, ହୁଳହୁଳିରେ ଫାଟି ପଡିଛି ପରିବେଶ । ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।ପ୍ରଥମାଷ୍ଟମୀରେ ଘରର ଜ୍ୟେଷ୍ଠ ପୁଅ ଓ ଝିଅମାନେ ନବ ବସ୍ତ୍ର ପରିଧାନ କରୁଥିବା ବେଳେ ପିଠାପଣା, ଭୋଗରାଗରେ ଘରେ ଘରେ କରାଯାଇଥାଏ । ଏହି କ୍ରମରେ କାଳିଆଙ୍କ ମାମୁଁଘରୁ ମଧ୍ୟ ଭାର ଆସିଛି । ପୋଢୁଆଁ ଭାରରେ ଠାକୁରଙ୍କ ପାଇଁ ପାଟବସ୍ତ୍ର ସହିତ, ବିରି, ନଡିଆ, ଛେନା, କଦଳୀ, ଫଳ ମୂଳ ଏବଂ ଚନ୍ଦନ ଦିଆଯାଇଥାଏ । ଅଞ୍ଚଳବାସୀଙ୍କ ସହଯୋଗ କ୍ରମେ ଏହି ଭାର ସପ୍ତମୀ ଦିନ ଶ୍ରୀମନ୍ଦିରକୁ ପଠାଯାଇଥାଏ । ସୂଚନାଅନୁସାରେ, ମାଧବାନନ୍ଦ ମନ୍ଦିରକୁ ମହାପ୍ରଭୁଙ୍କ ନାମରେ କିଛି ଜମି ଦିଆଯାଇଥିଲା । ତେବେ ଜମି ଉତ୍ପାଦିତ ସାମଗ୍ରୀକୁ ପଢୁଆଁ ଭାର ହିସାବରେ ଦିଆଯାଇଥିଲା । କିନ୍ତୁ କୌଣସି କାରଣରୁ କିଛି ବର୍ଷ ଏହାକୁ ବନ୍ଦ କରାଯାଇଥିଲା । ବର୍ତ୍ତମାନ କିଛି ବର୍ଷ ହେବ ନିଆଳିବାସୀ ଏକତ୍ରିତ ହୋଇ ପଢୁଆଁ ଭାର ଦେଉଛନ୍ତି । ନିୟମ ଅନୁସାରେ, ଭୋଗ ସେବକମାନେ ଆଗରେ ଆଗରେ ପତକା ଧରି ଚାଲିବାର ନିୟମ ରହିଥିବା ବେଳେ ମହୁରିଆ ମଙ୍ଗଳବାଦ୍ୟ ବଜାଇବେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |