ନୂଆଦିଲ୍ଲୀ,୨୨।୧୧: ଆଜିକାଲି ଦେଶର ରାଜଧାନୀ ପ୍ରଦୂଷିତ ହେବାରେ ଲାଗିଛି। ରାଜଧାନୀରେ ପ୍ରଦୂଷଣ ପ୍ରସଙ୍ଗରେ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଏହି ସମୟରେ ଦିଲ୍ଲୀ ସରକାରଙ୍କ ଉତ୍ତର ସନ୍ତୋଷଜନକ ନୁହେଁ ବୋଲି କୋର୍ଟ କହିଛନ୍ତି।ଦିଲ୍ଲୀର ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ ଲଗାତାର ଅପଡେଟ୍ ନେଉଛନ୍ତି। ପ୍ରଦୂଷଣ ରୋକିବା ପାଇଁ ସରକାରୀ ପଦକ୍ଷେପ ଉପରେ ମଧ୍ୟ ସୁପ୍ରିମକୋର୍ଟ ନଜର ରଖିଛନ୍ତି। ଅଦାଲତଙ୍କୁ ଏହା କୁହାଯାଇଛି ଯେ ସାମ୍ପ୍ରତିକ ପାଣିପାଗ ଯୋଗୁଁ ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ଗତ କିଛି ଦିନ ତୁଳନାରେ ହ୍ରାସ ପାଇଛି, କିନ୍ତୁ ଏକ୍ୟୁଆଇ ଏବେ ବି ଗମ୍ଭୀର ସ୍ତରରେ ରହିଛି। ଶୁକ୍ରବାର ସକାଳ ୫ଟାରେ ଦିଲ୍ଲୀର ଏକ୍ୟୁଆଇ ୩୬୭ ରେକର୍ଡ କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |