ଭୁବନେଶ୍ୱର,୨୨।୧୧: ରାଜ୍ୟରେ ଶିକ୍ଷକ ନିଯୁକ୍ତି ପାଇଁ ହେଉଥିବା ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ରେଜଲ୍ଟ ପ୍ରକାଶ ପାଇଛି।ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି-୨୦୨୪) ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟ ‘bseodisha.ac.in’ରେ ଫଳାଫଳ ଉପଲବ୍ଧ ହେଉଛି। ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ମାନେ ୱେବସାଇଟରେ ନିଜ ରୋଲ ନମ୍ବର ଓ ମୋବାଇଲ ନମ୍ବର ଏଣ୍ଟ୍ରି କରି ରେଜଲ୍ଟ ଦେଖିପାରିବେ। ଏଥି ସହିତ ବୋର୍ଡ ପକ୍ଷରୁ ସ୍କୋର କାର୍ଡ, ଓଏମଆର ସିଟ ଏବଂ ଡିଜିଟାଲ ସାର୍ଟିଫିକେଟ ମଧ୍ୟ ଦିଆଯାଇଛି। ଛାତ୍ରଛାତ୍ରୀ ମାନେ ଆବଶ୍ୟକ ତଥ୍ୟ ଦେଇ ୱେବସାଇଟରୁ ସେଗୁଡିକ ଡାଉନଲୋଡ଼ କରିପାରିବେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |