ଭୁବନେଶ୍ୱର,୨୩।୧୧: ‘ସୁଭଦ୍ରା’ ଯୋଜନାକୁ ନେଇ ଶନିବାର ବଡ଼ ଅପ୍ଡେଟ୍ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ‘ସୁଭଦ୍ରା’ରୁ ବାଦ ୨.୬୭ ଲକ୍ଷ ହିତାଧିକାରୀଙ୍କ ଯାଞ୍ଚ ଶେଷ ହୋଇଥିବା ସେ ସୂଚନା ଦେଇଛନ୍ତି। ଆସନ୍ତାକାଲି ସାମିଲ ହେବେ ବାଦ ପଡ଼ିଥିବା ଆବେଦନକାରୀ । ସେଥିରୁ 22 ପ୍ରତିଶତ ହିତାଧିକାରୀଙ୍କୁ ଆସନ୍ତାକାଲି ସୁଭଦ୍ରା ଟଙ୍କା । ବାକି ଯେଉଁମାନେ ଜମି ସମସ୍ୟା ଯୋଗୁଁ ତାଲିକାରେ ନାଁ ନାହିଁ । ତାଙ୍କ ନାଁ’ରେ ଜମି ନାହିଁ କିନ୍ତୁ ସେମାନେ ଧାନ ବିକିଛନ୍ତି । ଏହି ବିବାଦରେ ଫିଜିକାଲ ଭେରୀଫିକେସନ ହେବ.ସେମାନଙ୍କର ମଧ୍ୟ ଯାଞ୍ଚ ହୋଇ ସାମିଲ କରାଯିବ । 2 ଲକ୍ଷ 67 ହଜାର ଆବେଦନ କରି ବିଭିନ୍ନ କାରଣ ପାଈଁ ବାଦ ପଡ଼ିଥିଲେ । ସେମାନଙ୍କୁ ଆଉ ଥରେ ଯାଞ୍ଚ କରି ସାମିଲ କରିବାକୁ ନିଷ୍ପତ୍ତି ହୋଇଥିଲା । ବିଡ଼ିଓ ମାନଙ୍କୁ ନୋଡାଲ ଏଜେନସି ଦାୟିତ୍ୱ ଦିଆଯାଇଥିଲା । ରିପୋର୍ଟ ଆସିବା ପରେ ଗୁରୁବାର ବୈଠକ କରି ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ।5 ଲକ୍ଷ ମିସ ମ୍ୟାଚ ହେଉଥିଲା, ତାହା ସମାଧାନ ହୋଇନାହିଁ । ସେମାନେ ଏଥର ସାମିଲ ହେବେନାହିଁ । ସେମାନଙ୍କ ଆକାଉଣ୍ଟ ଆଧାର ଲିଂକରେ ସମସ୍ୟା ଅଛି । ଆଧାର, ଆକାଉଣ୍ଟ, ମୋବାଇଲ ନମ୍ବର ସଂଯୋଗ କରେଇବା ପରେ ସେମାନେ ସାମିଲ ହେବେ । ଏହାର ସମାଧାନ ହେବା ପରେ ଡିସେମ୍ବରରେ ସେମାନେ ପାଇପାରିବେ । ଏହାର ସଚେତନତା ଲାଗି ସରକାରୀ ଅଧିକାରୀ ଘରକୁ ଯିବେ । ବାଦ ପଡିଥିବା ହିତାଧିକାରୀଙ୍କୁ ସାମିଲ କରିବା ଯାଏଁ ପ୍ରକ୍ରିୟା ଜାରୀ ରହିବ |
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |