ନୂଆଦିଲ୍ଲୀ,୨୩।୧୧:ଜେଏମଏମ ଛାଡ଼ି ବିଜେପିରେ ମିଶିଥିବା ଚମ୍ପାଇ ସୋରେନ ବିଧାନସଭା ନିର୍ବାଚନରେ ପୁଣି ବିଜୟୀ ହୋଇଛନ୍ତି। ନିଜ ଗଡ଼ ସଢ଼େଇକଳାରେ ପ୍ରଥମଥର ପାଇଁ ବିଜେପି ଟିକେଟରୁ ନିର୍ବାଚନ ଲଢ଼ୁଥିବା ଚମ୍ପାଇ ୨୦ ହଜାରରୁ ଅଧିକ ଭୋଟରେ ବାଜିମାତ କରିଛନ୍ତି।ସେ କ୍ଷମତାସୀନ ଜେଏମଏମର ଗଣେଶ ମାହାଲିଙ୍କୁ ହରାଇଛନ୍ତି। ଏହି ବିଜୟ ସହ ଚମ୍ପାଇ ସୋରେନ ୭ମ ଥର ପାଇଁ ଏଠାରେ ଜିତିଛନ୍ତି। ୧୯୯୧ରୁ ସେ ସଢ଼େଇକଳାରୁ ଜିତି ଆସୁଥିବା ବେଳେ ପ୍ରଥମଥର ପାଇଁ ବିଜେପିରୁ ଜିତିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |