ମୁମ୍ବାଇ,୨୩।୧୧:ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ । 288 ବିଧାନସଭା ସିଟ୍ ବିଶିଷ୍ଟ ମହାରାଷ୍ଟ୍ରରେ ଜିତିଛି ମହାୟୁତି ବା NDA ମେଣ୍ଟ। 227 ଆସନ ଜିତି ଇତିହାସ ରଚିଛି NDA। ମହାରାଷ୍ଟ୍ର ରାଜନୈତିକ ଇସିହାସରେ ପ୍ରଥମ ଥର ଲାଗି କୌଣସି ମେଣ୍ଟ ସରକାର 200 ପାର୍ ସିଟ୍ ଜିତିବାକୁ ସକ୍ଷମ ହୋଇଛି। ବିଜେପି ଏକାକି 133ରୁ ଉର୍ଦ୍ଧ୍ବ ଆସନ ଜିତିଛି। ସେପଟେ ତିନି ଅଙ୍କ ଛୁଇଁ ପାରିନି ମହା ବିକାଶ ଅଘାଡ଼ି ମେଣ୍ଟ। କଂଗ୍ରେସ, ଉଦ୍ଧବଙ୍କ ଶିବସେନା ଓ ଶରଦ ପାୱାରଙ୍କ NCP ମିଳିମିଶି ମାତ୍ର 53 ସିଟ ଜିତିବାକୁ ସକ୍ଷମ ହୋଇଛନ୍ତି। ବିଜେପି ସମେତ ସିନ୍ଧେଙ୍କ ଶିବଶେନା ଓ ଅଜିତ ପାୱାରଙ୍କ NCP ଉପରେ ବିଶ୍ବାସ ପ୍ରଖର କରିଛନ୍ତି ଲୋକେ।ମହାୟୁତିର ଏହି ମହା ବିଜୟକୁ ମୋଦି ଗ୍ୟାରେଣ୍ଟିର କମାଲ୍ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍। ସେହପରି ସଂସଦୀୟ ନିର୍ବାଚନରେ ନୈରାଶ୍ୟ ଜନକ ପ୍ରଦର୍ଶନ ପରେ ବିଧାନସଭା ନିର୍ବାଚନରେ କିନ୍ତୁ ଚାଚାଙ୍କୁ କଡ଼ା ଯବାବ ଦେଇଛନ୍ତି ପୁତୁରା। NCP ଶରଦ ପାୱାରଙ୍କଠୁ 4 ଗୁଣା ଅଧିକ ସିଟ୍ ଜିତିଛି NCP ଅଜିତ ପାୱାରଙ୍କ ଗୋଷ୍ଠୀ।ଝାଡ଼ଖଣ୍ଡରେ ପୁଣି ପାୱାରକୁ ଫେରିଛନ୍ତି ହେମନ୍ତ ସୋରେନ। 81 ବିଧାନସଭା ଆସନ ବିଶିଷ୍ଟ ଝାଡ଼ଖଣ୍ଡରେ ଇଣ୍ଡିମେଣ୍ଟ 57 ଆସନ ହାତେଇଥିବା ବେଳେ ବିଜେପି 23 ଏବଂ ଗୋଟିଏ ସିଟ୍ ଜିତିଛନ୍ତି ସ୍ବାଧୀନ ପ୍ରାର୍ଥୀ। ଏଠି ବି ବିଜେପିଠୁ ଢେର୍ ପଛରେ ପଡିଛି କଂଗ୍ରେସ। ହେମନ୍ତ ସୋରେନଙ୍କ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା 34ଟି ଆସନ ହାତେଇଥିବା ବେଳେ କଂଗ୍ରେସ 16ଟି ଆସନରେ ବିଜୟୀ ହୋଇଛି। ହେଲେ ବିଜେପି 21 ଆସନ ଜିତି ଝାଡ଼ଖଣ୍ଡରେ ଦ୍ବିତୀୟ ବୃହତ୍ ଦଳ ଭାବେ ଉଭା ହୋଇଛି।ମହାରାଷ୍ଟ୍ର, ଝାଡ଼ଖଣ୍ଡ ସହ ପ୍ରକାଶ ପାଇଛି ଉତ୍ତରପ୍ରଦେଶର ଉପ ନିର୍ବାଚନ ଫଳାଫଳ। 9 ଆସନ ଭିତରୁ 6ଟି ଆସନରେ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |