ଆଜି ଆସିବ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା

ଭୁବନେଶ୍ବର : ,୨୪ା୧୧ଆଜି ଆସିବ ସୁଭଦ୍ରା ପ୍ରଥମ କିସ୍ତିର ତୃତୀୟ ଦଫା ଟଙ୍କା। ପ୍ରଥମ କିସ୍ତିରୁ ବାଦ୍ ପଡ଼ିଥିବା ୨୫ ପ୍ରତିଶତ ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା ।  ସୁନ୍ଦରଗଡ଼ ଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଶାର ୨୦ ଲକ୍ଷରୁ ଉର୍ଦ୍ଧ୍ବ ମହିଳାଙ୍କୁ ସୁଭଦ୍ରା ଟଙ୍କା ବାଣ୍ଟିବେ । ଏନେଇ ସୁନ୍ଦରଗଡରେ ମଧ୍ୟ ଭବ୍ୟ ଆୟୋଜନ କରାଯାଇଛି ।  ସୁଭଦ୍ରା ଯୋଜନାରୁ ବାଦ ପଡିଥିବା 2ଲକ୍ଷ 67 ହଜାର  ହିତଧିକାରୀଙ୍କର ଯାଞ୍ଚ ଶେଷ ହୋଇଥିବା ବେଳେ ସେମାନଙ୍କ ଆକାଉଣ୍ଟକୁ ଆଜି 5 ହଜାର ଟଙ୍କା ପଠାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯୋଜନାରେ ପ୍ରଥମ କିସ୍ତି ଟଙ୍କା ପାଇବାରୁ ବାଦ୍ ପଡ଼ିଥିବା ୨ ଲକ୍ଷ ୬୭ ହଜାର ମହିଳାଙ୍କ ଆବେଦନପତ୍ରର ଯାଞ୍ଚ ଶେଷ ହୋଇଛି। ସେମାନଙ୍କ ମଧ୍ୟରୁ ୨୫ ପ୍ରତିଶତ ମହିଳାଙ୍କୁ ଆଜି ସହାୟତା ମିଳିଯିବ। ବାକି ଯେଉଁ ଆବେଦନକାରୀ ଜମି ଯୋଗ୍ୟତା ପାଇଁ ବାଦ୍ ପଡ଼ିଛନ୍ତି, ସେମାନଙ୍କର ମଧ୍ୟ ତଥ୍ୟ ଯାଞ୍ଚ ପାଇଁ ବ୍ଲକସ୍ତରକୁ ରିପୋର୍ଟ ଯାଇଛି। ସେଠି ସମାଧାନ ହୋଇଗଲେ, ସେମାନଙ୍କୁ ଡିସେମ୍ବରରେ ଟଙ୍କା ମିଳିବ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!