ପୁରୀ,୨୪ା୧୧: ଆସନ୍ତାକାଲି ଶ୍ରୀମନ୍ଦିରରେ ପଇତାଲାଗି ନୀତି ଅନୁଷ୍ଠିତ ହେଉଥିବା ହେତୁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ୪ ଘଣ୍ଟା ବନ୍ଦ ରହି ଶ୍ରୀଜିଉଙ୍କ ପଇତାଲାଗି ନୀତି ପାଇଁ ସନ୍ଧ୍ୟା ୫ରୁ ରାତି ୯ଟା ପର୍ଯ୍ୟନ୍ତ ୪ ଘଣ୍ଟା ପାଇଁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।ଶ୍ରୀମନ୍ଦିର ଯିବାକୁ ଥିବା ଭକ୍ତଙ୍କ ପାଇଁ ବଡ ଖବର । ସୋମବାର କିଛି ଘଣ୍ଟା ବନ୍ଦ ରହିବ ଦର୍ଶନ । ଆସାନ୍ତାକାଲି ଅର୍ଥାତ ସୋମବାର ଦିନ ଶ୍ରୀଜିଉଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଏହା କାଳିଆ ଠାକୁରଙ୍କର ଏକ ଗୁପ୍ତନୀତି ଅଟେ । ଏହି ଗୁପ୍ତ ନୀତି ପାଇଁ 4 ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା 5ଟାରୁ ରାତି 9 ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରଖିବା ନେଇ ନିଷ୍ପତ୍ତି ନିଆଯାଇଛି । ଏହି 4 ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।ସୂଚନା ଅନୁସାରେ, ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ମହାପ୍ରଭୁଙ୍କର ପଇତା ଲାଗି ନୀତି କରାଯିବ । ଶ୍ରୀଜିଉଙ୍କ ଠାରେ ଲାଗି ହେଉଥିବା ଚନ୍ଦନର ସୁରକ୍ଷା ପାଇଁ ମହାପ୍ରଭୁଙ୍କର ଏହି ପଇତା ଲାଗି ନୀତି କରାଯାଇଥାଏ । ପାଟରା ସେବକମାନେ ପଇତା ବଳିଥାନ୍ତି । ସେମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତିନି ରଙ୍ଗର ବାସୁକାପାଟ ପ୍ରଦାନ କରାଯାଇଥାଏ । ଲକ୍ଷ୍ମୀ ମନ୍ଦିର ଜଗମୋହନରେ ବସି ପାଟରା ସେବକମାନେ ପଇତା ବୋଳିଥାନ୍ତି । ତେବେ ମହାପ୍ରଭୁଙ୍କର ଏହା ଏକ ଗୁପ୍ତନୀତି ହୋଇଥିବା କାରଣରୁ ସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଥାଏ । ମନ୍ଦିରର ସମସ୍ତ କବାଟ ବନ୍ଦ କରାଯାଇ ଏହି ନୀତି କରାଯାଇଥାଏ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |