ଆଜି ସର୍ବଦଳୀୟ ବୈଠକ ,କାଲିଠୁ ବିଧାନସଭା

ଭୁବନେଶ୍ୱର,୨୫ା୧୧:ଆସନ୍ତାକାଲି ଠାରୁ ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ।    ଏଥିପାଇଁ ଅଧିବେଶନ ପୂର୍ବରୁ ବିଧାନସଭାରେ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଛି ଏହି ବୈଠକ ।ଏହି ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ସାଂଗଠାନିକ ମହା ମନ୍ତ୍ରୀ ମାନସ ମହାନ୍ତି ସମସ୍ତ ବିଧାୟକ ଓ ମନ୍ତ୍ରୀ ସାମିଲ ହୋଇଥିଲେ । ଚଳିତ ବିଧାନସଭାରେ ସରକାର କେଉଁ ପ୍ରସ୍ତାବ ଆଣିବେ ଓ କଣ କାର୍ଯ୍ୟଖସଡା ରହିବ ତା ଉପରେ ବିସ୍ତୃତ ଆଲୋଚନା ହୋଇଛି ।ଶୀତକାଳୀନ ଅଧିବେଶନର ଅବ୍ୟବହିତ ପୂର୍ବରୁ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ସର୍ବଦଳୀୟ ବୈଠକରେ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି। ଗୃହକୁ ସୁରୁଖୁରୁରେ ଚଳାଇବାକୁ ବିରୋଧୀଙ୍କ ସହଯୋଗ ଲୋଡ଼ିଛନ୍ତି ବାଚସ୍ପତି। ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାରଠାରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଶୀତକାଳୀନ ଅଧିବେଶନ ଚାଲୁରହିବ।ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ଭାଜପା ବିଧାୟକ ଜୟନାରାୟଣ ମିଶ୍ର, ସିପିଆଇ (ଏମ୍‌) ସଦସ୍ୟ ଲକ୍ଷ୍ମଣ ମୁଣ୍ଡା ପ୍ରମୁଖ  ଉପସ୍ଥିତ ରହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!