ରାସନ କାର୍ଡରୁ ବାଦ ପଡ଼ିଲେ ୧ ଲକ୍ଷ ୭୭ ହଜାର ଭୂତ ରାସନକାର୍ଡ ହିତାଧିକାରୀ

ଭୁବନେଶ୍ୱର,୨୭।୧୧:E-KYC ଦ୍ବାରା ରାଜ୍ୟରେ ଧରା ପଡ଼ିଛନ୍ତି ଲକ୍ଷେ ୭୭ ହଜାରରୁ ଅଧିକ ଭୂତ ରାସନ କାର୍ଡହିତାଧିକାରୀ। ଆସେମ୍ଲିରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଏ ଉତ୍ତର ସମସ୍ତଙ୍କୁ ତାଜୁବ କରିଛି। ମନ୍ତ୍ରୀ କହିଛନ୍ତି ଇଏ ମାତ୍ର ଗୋଟିଏ ଜିଲ୍ଲାର ରିପୋର୍ଟ, ସବୁ ତଥ୍ୟକୁ ମିଶାଇଲେ ଏ ହିସାବ ୨୦ଲକ୍ଷ ଟପି ପାରେ। ଏଣେ ମଲା ଲୋକଙ୍କ ନାଁରେ ବର୍ଷ ବର୍ଷ ଧରି ଚାଉଳବୁହା ଚାଲିଥିବାବେଳେ ପ୍ରକୃତ ହିତାଧିକାରୀ କିନ୍ତୁ ବର୍ଷ ବର୍ଷ ଧରି ରାସନକାର୍ଡ ପାଇଁ ପଞ୍ଚାୟତରୁ ବ୍ଲକ୍ ଯାଏଁ ଦୌଡ଼ି ଦୌଡ଼ି ଥକି ପଡୁଛନ୍ତି।ରାସନ କାର୍ଡକୁ ନେଇ ରାଜ୍ୟ ସରକାରଙ୍କ ବଡ ଘୋଷଣା । ବାଦ୍‌ ପଡିଲେ ଅଯୋଗ୍ୟ ହିତାଧିକାରୀ । ସମସ୍ତ ଅଯୋଗ୍ୟ ହିତାଧିକାରୀ ଯେଉଁମାନେ ରାସନ ପାଉଥିଲେ ସେମାନଙ୍କର ରାସନ କାର୍ଡ କାଟିଲେ ରାଜ୍ୟ ସରକାର । ଅଯୋଗ୍ୟ ହିତାଧିକାରୀଙ୍କ ରାସକ କାର୍ଡ କଟାଯାଇଥିବା ବିଧାନସଭାରେ ସୂଚନା ଦେଇଛନ୍ତି ରାଜ୍ୟ ସରକାର । ରାସନ କାର୍ଡରୁ ବାଦ ପଡ଼ିଲେ ୧ ଲକ୍ଷ ୭୭ ହଜାର ହିତାଧୀକାରୀ। ବର୍ତ୍ତମାନ E-KYC ପ୍ରକ୍ରିୟା ଜାରି ରହିଥିବାଳ ବେଳେ ଧରାପଡିଯାଇଛନ୍ତି ଅଯୋଗ୍ୟ ହିତାଧିକାରୀ।ବିଧାନସଭାରେ ଶୀତକାଳୀନ ଅଧିବେଶନ ଜାରି ରହିଥିବା ବେଳେ ରାସନ କାର୍ଡ ପ୍ରସଙ୍ଗ ଉଠିଥିଲା । ଯାହାର ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ରାସନକାର୍ଡ ହିତାଧିକାରୀଙ୍କ ଚାଲିଛି EKYC। ବର୍ତ୍ତମାନ ସୁଦ୍ଧା EKYC ପ୍ରକ୍ରିୟାରେ ୧ ଲକ୍ଷ ୭୭ ହଜାର ୬୮ ଜଣ ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ରାସନ କାର୍ଡ ରୁ ବାଦ ଦିଆଯାଉଛି। ମୋଟ ୩ କୋଟି ୩୬ ଲକ୍ଷ ୩୫ ହଜାର ୩୧୮ ହିତାଧିକାରୀଙ୍କ ମଧ୍ୟରୁ ଆଜି ସୁଦ୍ଧା ୨ କୋଟି ୬୯ ଲକ୍ଷ ୨୩ ହଜାର ୮୩୦ ଜଣଙ୍କ EKYC ସରିଛି।ମନ୍ତ୍ରୀ କହିଛନ୍ତି, ଖାଲି ସ୍ଥାନର ନୂଆ ହିତାଧିକାରୀକୁ କାର୍ଡ ଦିଆଯିବ। ବର୍ତ୍ତମାନ ସୁଦ୍ଧା ୬ ଲକ୍ଷ ୧୯ ହଜାର ୮୩୬ ଜଣ ନୂଆ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି। ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଆଧାର ଇ- କେ.ୱାଇ.ସି ଯାଞ୍ଚ ସମୟରେ ଚିହ୍ନିତ ହେଉଥିବା ମୃତ ହିତାଧିକାରୀଙ୍କୁ ବାଦ ଦିଆଯାଇ, ଆଗକୁ ପୁଣି ଯେତେ ସ୍ଥାନ ଖାଲି ହେବ, ସେହି ସ୍ଥାନରେ, ଯୋଗ୍ୟ ଆବେଦନକାରୀଙ୍କୁ ନୂତନ ରାସନ କାର୍ଡ଼ ଯଥାଶୀଘ୍ର ଯୋଗାଇ ଦିଆଯିବ। ଆଜିସୁଦ୍ଧା, ରାଜ୍ୟରେ ନୂତନ ରାସନ କାର୍ଡ଼ ନିମନ୍ତେ ୬,୧୯,୮୩୬ ଆବେଦନ ପତ୍ର ହସ୍ତଗତ ହୋଇଥିବା ଗୃହରେ କହିଛନ୍ତି ମନ୍ତ୍ରୀ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!