ଟେଷ୍ଟ କ୍ରିକେଟରେ ନମ୍ବର ଓ୍ଵାନ ବୋଲର ହେଲେ ବୁମରା

ନୂଆଦିଲ୍ଲୀ,୨୭।୧୧: ପର୍ଥ ଟେଷ୍ଟ ବିଜୟ ଭାରତୀୟ ଖେଳାଳିଙ୍କୁ ଅନେକ ଉପହାର ଭେଟି ଦେଇଛି । ସିରିଜରେ ୧-୦ରେ ଅଗ୍ରଣୀ କରାଇବା ସହ ବିଶ୍ୱ ଟେଷ୍ଟ ଚମ୍ପିଆନସିପରେ ପୁଣିଥରେ ଶୀର୍ଷ ସ୍ଥାନ ହାସଲ କରିଛି ଟିମ ଇଣ୍ଡିଆ । ଏହାବ୍ୟତୀତ ଭାରତୀୟ ଖେଳାଳିଙ୍କୁ ମଧ୍ୟ ଅନେକ ସଫଳତା ଦେଇଛି ପର୍ଥ ବିଜୟ । ଅଧିନାୟକ ଜଶପ୍ରୀତ ବୁମରାହ ଏହି ମ୍ୟାଚ୍ ପାଇଁ ପୁଣିଥରେ ଟେଷ୍ଟ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ କବଜା କରିଛନ୍ତି । ସେହିପରି ଷ୍ଟାର ଓପନର ଯଶସ୍ୱୀ ଜଏସ୍ୱାଲ ଏବଂ ବିରାଟ କୋହଲିଙ୍କ ସହ କେ.ଏଲ ରାହୁଲ ମଧ୍ୟ ବଡ଼ ସଫଳତା ହାସଲ କରିଛନ୍ତି ।ସୂଚନା ଅନୁଯାୟୀ, ପର୍ଥ ଟେଷ୍ଟ ପୂର୍ବରୁ ବୁମରା ୩ୟ ସ୍ଥାନରେ ରହିଥିଲେ। ରବାଡ଼ା ପ୍ରଥମ ଏବଂ ହାଜେଲଉଡ ୨ୟ ସ୍ଥାନରେ ରହିଥିଲେ। ବର୍ତ୍ତମାନ ବୁମରା ୮୩୩ ପଏଣ୍ଟ ସହିତ ଶୀର୍ଷରେ ରହିଛନ୍ତି। ହାଜେଲଉଡ ୮୬୦ ପଏଣ୍ଟ ସହିତ ୩ୟ ଏବଂ ରବାଡ଼ା ୮୭୨ ପଏଣ୍ଟ ସହିତ ୨ୟ ସ୍ଥାନକୁ ଖସି ଆସିଛନ୍ତି।ସେହିପରି ଟେଷ୍ଚ କ୍ରିକେଟରେ ବ୍ୟାଟିଂ ମାନ୍ୟତାରେ ବାମହାତୀ ବ୍ୟାଟର ଯଶସ୍ୱୀ ଜୟସ୍ୱାଲଙ୍କୁ ମଧ୍ୟ ଫାଇଦା ମିଳିଛି । ପର୍ଥ ଟେଷ୍ଟରେ ୧୬୧ ରନର ଶତକୀୟ ଇନିଂସ ଖେଳିଥିବା ଯଶସ୍ୱୀ ଜୟସ୍ୱାଲ ଦୁଇଟି ସ୍ଥାନ ଉପରକୁ ଉଠି ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି। ଏହା ପୂର୍ବରୁ ସେ ଚତୁର୍ଥ ସ୍ଥାନରେ ଥିଲେ। ପ୍ରଥମ ଟେଷ୍ଟରେ ଶତକ ଅର୍ଜନ କରିଥିବା ତାରକା ବ୍ୟାଟର ବିରାଟ କୋହଲି ନଅଟି ସ୍ଥାନ ଉନ୍ନତି ଘଟାଇ ୧୩ତମ ସ୍ଥାନକୁ ଉଠିଛନ୍ତି। କେଏଲ ରାହୁଲଙ୍କୁ ମଧ୍ୟ ପର୍ଥ ଟେଷ୍ଟର ଅର୍ଦ୍ଧଶତକୀୟ ଇନିଂସର ଫାଇଦା ମିଳିଛି । ରାହୁଲ ୧୩ଟି ସ୍ଥାନ ଉନ୍ନତି ଘଟାଇ ୪୯ତମ ସ୍ଥାନରେ ପହଞ୍ଚିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!