ନୂଆଦିଲ୍ଲୀ,୨୮ା୧୧:ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଗୁରୁବାର ରାଜ୍ୟର ଚତୁର୍ଦ୍ଦଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହାପୂର୍ବରୁ ସେ ବୁଧବାର ରାଞ୍ଚତ୍ସ୍ଥିତ ମୋରହାବାଦି ମୈଦାନରେ ନୂଆ ସରକାରଙ୍କ ଶପଥ ଗ୍ରହଣ ସମାରୋହକୁ ନେଇ ଚାଲିଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଏହି ଅବସରରେ ହେମନ୍ତଙ୍କୁ ଅଧିକାରୀମାନେ ସମାରୋହ ସ୍ଥଳରେ ମଞ୍ଚ ନିର୍ମାଣ, ସାଜସଜ୍ଜା, ବିଦ୍ୟୁତ, ଧ୍ୱନି ତଥା ସୁରକ୍ଷା ବ୍ୟବସ୍ଥା ଏବଂ ଅତିଥି ସ୍ବାଗତ ସତ୍କାର ଓ ଆଗନ୍ତୁକମାନଙ୍କ ବସିବା ବ୍ୟବସ୍ଥାକୁ ନେଇ ଅବଗତ କରାଇଛନ୍ତି। ହେମନ୍ତ କହିଛନ୍ତି, ସମାରୋହ ସ୍ଥଳ ପର୍ଯ୍ୟନ୍ତ ଯାତାୟାତ ଏବଂ ଯାନବାହନ ପାର୍କିଂର ଉଚିତ୍ ବ୍ୟବସ୍ଥା କରାଯିବା ଆବଶ୍ୟକ, ଯଦ୍ଦ୍ବାରା କୌଣସି ସ୍ତରରେ କାହା ପାଇଁ କୌଣସି ଅସୁବିଧା ନ ଉପୁଜିବ।ଆଜି ଶପଥ ନେବେ ଜେଏମ୍ଏମ୍ ମୁଖ୍ୟ ହେମନ୍ତ ସୋରେନ୍। ସେ ଝାଡ଼ଖଣ୍ଡର ୧୪ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ରାଞ୍ଚିର ମୋରହାବାଦୀ ପଡ଼ିଆରେ ଶପଥଗ୍ରହଣ ସମାରୋହ ଆୟୋଜିତ ହେବ। ରାଜ୍ୟପାଳ ସନ୍ତୋଷ ଗଙ୍ଗଓ୍ୱାର ତାଙ୍କୁ ଆଜି ଅପରାହ୍ଣରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ।ଶପଥ ସମାରୋହରେ ‘ଇଣ୍ଡି’ ମେଣ୍ଟର ବହୁ ବରିଷ୍ଠ ନେତା ସାମିଲ ହେବେ। ଅଦ୍ୟାବଧି ୧୦ଟି ପାର୍ଟିର ୧୮ ଜଣ ବରିଷ୍ଠ ନେତା ସମାରୋହକୁ ଆସିବାକୁ ସହମତି ପ୍ରକାଶ କରିଛନ୍ତି। ସେମାନଙ୍କ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ, ରାହୁଲ ଗାନ୍ଧୀ, ଏନ୍ସିପି(ଏସ୍ପି) ଅଧ୍ୟକ୍ଷ ଶରଦ ପାୱାର, ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀ, ମେଘାଳୟ ମୁଖ୍ୟମନ୍ତ୍ରୀ, ଆପ୍ ଆବାହକ ଅରବିନ୍ଦ କେଜରିୱାଲ, ଆର୍ଜେଡି ନେତା ତେଜସ୍ୱୀ ଯାଦବ ପ୍ରମୁଖ ସାମିଲ ହେବା ନେଇ ସୂଚନା ମିଳିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |