ଭୁବନେଶ୍ୱର,୨୮ା୧୧:ନୂଆ ବର୍ଷରୁ ଭୁବନେଶ୍ଵରରୁ ଦେଶର ଆଉ ୫ ସହରକୁ ବିମାନ ଉଡ଼ାଣ କରିବ। ଏହି ୫ ସହର ହେଉଛି ଇନ୍ଦୋର, ଲକ୍ଷ୍ନୌ, ଡେରାଡୁନ, କୋଚିନ୍ ଏବଂ ଜୟପୁର। ୨୦୨୫ ଜାନୁୟାରୀ ୧ରୁ ଭୁବନେଶ୍ଵରରୁ ଇନ୍ଦୋରକୁ ଇଣ୍ଡିଗୋ ବିମାନ ଚଳାଚଳ ଆରମ୍ଭ ହେବ। ଏହି ବିମାନ ସପ୍ତାହକୁ ୪ ଦିନ ଉଡ଼ାଣ କରିବ। ସେହିପରି ଡେରାଡୁନକୁ ସପ୍ତାହରେ ୩ ଦିନ ବିମାନ ଚଳାଚଳ କରିବ। ଜାନୁୟାରୀ ୩ରୁ ଲକ୍ଷ୍ନୌ ଏବଂ ଜୟପୁରକୁ ସପ୍ତାହକୁ ୩ ଦିନ ବିମାନ ଉଡ଼ାଣ କରିବ। ତେବେ କୋଚିନ ସହରକୁ ସପ୍ତାହକ ୭ ଦିନ ଯାକ ବିମାନ ସେବା ଯୋଗାଇ ଦିଆଯିବ। ଏୟାରଇଣ୍ଡିଆ ବିମାନ ଭୁବନେଶ୍ଵରରୁ କୋଚିନ ସେବା ଯୋଗାଇବ। ଭୁବନେଶ୍ଵର ବିମାନବନ୍ଦର ନିର୍ଦେଶକ ପ୍ରସନ୍ନ ପ୍ରଧାନ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |