ଭୁବନେଶ୍ୱର,୨୯।୧୧: ଭୁବନେଶ୍ୱରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପହଞ୍ଚିବା ପରେ ସେ ଏୟାରପୋର୍ଟରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ଭାଷଣ ଆରମ୍ଭରୁ ସେ ଓଡ଼ିଆରେ ସମ୍ବୋଦନ କରିଛନ୍ତି।ତିନି ଦିନିଆ ଓଡିଶା ଗସ୍ତରେ ଆସି ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱରରେ ପହଂଚିବା ପରେ ଏକ ସଭାରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବାଲିଯାତ୍ରା ଓ ଓଡିଶା ପର୍ବର ସଫଳ ଆୟୋଜନ ସମ୍ପର୍କରେ କହିବା ସହ ଆସନ୍ତା ଡିସେମ୍ବର ୪ରେ ପୁରୀ ବ୍ଲୁ ଫ୍ଲାଗ ବିଚରେ ନୌସେନା ଦିବସ ଓ ଜାନୁଆରୀ ୮ରୁ ୧୦ ପର୍ଯ୍ୟନ୍ତ ପ୍ରବାସୀ ଭାରତୀୟ ଦିବସ ପାଳନ ହେବା ନେଇ କହିଥିଲେ|ଓଡ଼ିଆରେ ଅଭିଭାଷଣ ଆରମ୍ଭ କରିଛନ୍ତି ମୋଦି। ସମସ୍ତଙ୍କୁ ଓଡ଼ିଆରେ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଦିଲ୍ଲୀରେ ଓଡ଼ିଶା ପର୍ବରେ ୫ ଦିନ ପୂର୍ବେ ଭଲ ମସଲା ଚା ପିଇଥିଲି। ଆଜି ଲିଙ୍ଗରାଜଙ୍କ ଭୂମିକୁ ଆସିବାର ସୁଯୋଗ ମିଳିଛି। ବିମାନ ବନ୍ଦରରେ ଏତେ ସଂଖ୍ୟାରେ ଲୋକ ମୋତେ ଅଭିଭୂତ କରିଛି। ମୋଦୀ କହିଛନ୍ତି, ଓଡ଼ିଶାରେ ପ୍ରଥମଥର ପାଇଁ ଡିଜିପି ସମ୍ମିଳନୀ ଆୟୋଜନ କରାଯାଇଛି। ଆଗାମୀ ଦିନରେ ଓଡ଼ିଶା ପୁରା ବିଶ୍ଵ ନଜରର କେନ୍ଦ୍ରବିନ୍ଦୁ ସାଜିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସେ କହିଛନ୍ତି, ପ୍ରବାସୀ ଭାରତୀୟ ଦିବସରେ ସାରା ବିଶ୍ବରୁ ଲୋକ ଆସିବେ ଓ ସେମାନେ ଯେତେବେଳେ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିବେ, ବିଶ୍ୱସ୍ତରରେ ଓଡ଼ିଶାର ପ୍ରଚାର ପ୍ରସାର ବୃଦ୍ଧି ପାଇବ। ଏହି ଅବସରରେ ଶ୍ରୀ ମୋଦୀ ସୁଭଦ୍ରା ଯୋଜନା ଓ ଧାନ କିଣା ମୂଲ୍ୟ ବୃଦ୍ଧି ବିଷୟରେ କହିଥିଲେ।ନିଜ ଭାଷଣରେ ମୋଦି କହିଛନ୍ତି, ୧୦ ବର୍ଷରେ ରାଜ୍ୟ ସରକାର କେନ୍ଦ୍ର ଯୋଜନାକୁ ପରିବର୍ତ୍ତନ କରି ଥିଲେ ମଧ୍ୟ ଲୋକଏହାକୁ ବୁଝିଥିଲେ । ଭାଷାକୁ ନେଇ ଗ୍ରାମାଞ୍ଚଳକୁ ନିର୍ବାଚନ ବେଳେ ଯାଇ ଅଭିଭାଷଣ ଦେବା ସମୟରେ ମୋତେ ସଂକୋଚ ଲାଗୁଥିଲା କି ମୁଁ ଓଡିଆ ଜାଣିନି, ହିନ୍ଦୀରେ କହିବି, ଲୋକେ ବୁଝିବେ କି ନାହିଁ । କିନ୍ତୁ ଆପଣଙ୍କ ମତଦାନ ଦର୍ଶାଇଦେଲା, ଭାଷା ନୁହେଁ ଭାବଗତ ସଂଯୋଗ ମଜବୁତ ଥିଲା । ଏଥିସହ ମୋଦି ଆହୁରି କହିଛନ୍ତି, ବିଜେପି ସରକାର ଓଡିଶାର ନେତୃତ୍ବକୁ ଅଧିକ ସଂଖ୍ୟାରେ ଉଜାଗର କରିଛି ।ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜନୀତିରେ ନୀତିଗତ ପାର୍ଥକ୍ୟ ରହିବା ଜରୁରୀ । କିନ୍ତୁ ଏହାର ଅର୍ଥ ନୁହେଁ ସ୍ୱାର୍ଥ ସାଧନ । ଜନତା ୧୦ ବର୍ଷ ଧରି ବିଜେପିକୁ ସମର୍ଥନ ଦେଉଥିବାରୁ ବିରୋଧୀ ବିଜେପି ବିରୋଧରେ ଷଡଯନ୍ତ୍ର କରୁଛନ୍ତି । ଏମିତି କି ଦେଶ ବିରୋଧୀ ଷଡଯନ୍ତ୍ରରେ ଲିପ୍ତ ହୋଇଛନ୍ତି । ତେଣୁ ଲୋକତନ୍ତ୍ରକୁ ରକ୍ଷା କରିବାକୁ ସମସ୍ତ ଲୋକତନ୍ତ୍ରର ଉପାସକଙ୍କୁ ସଜାଗ ରହିବାକୁ ଆହ୍ୱାନ ଦେଇଛନ୍ତି । ସତ୍ତା ଲୋଭୀ ମିଛ ପ୍ରଚାର କରୁଥିବା କହିଛନ୍ତି ମୋଦି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |