ମାଲକାନଗିରି,୧ା୧୨ : ମାଲକାନଗିରି ଜିଲା ସୀମାନ୍ତ ତେଲେଙ୍ଗାନା ରାଜ୍ୟ ମୁଲୁଗୁ ଜିଲା ଚାଲାପାକା ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୭ ମାଓବାଦୀ ମୃତ୍ୟୁବରଣ କରିଛନ୍ତି।ତେଲେଙ୍ଗାନା ପୋଲିସକୁ ବଡ଼ ସଫଳତା । ପୁଲିସ ଏନକାଉଣ୍ଟରରେ ଟଳିଲେ ୭ ମାଓବାଦୀ । ତେଲେଙ୍ଗାନାର ମୁଲୁଗୁ ଜିଲ୍ଲା ଏତୁରଙ୍ଗାରମ ଜଙ୍ଗଲରେ ଏହି ଏନ୍କାଉଣ୍ଟର ହୋଇଛି। ଏ ନେଇ ମୁଲୁଗୁ ଏସ୍ପି ଡକ୍ଟର ସବାରିଶ ସୂଚନା ଦେଇଛନ୍ତି। ଏବେ ବି ଜଙ୍ଗଲରେ ସୁରକ୍ଷା ବଳ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ଏତୁରଙ୍ଗାରମ ଜଙ୍ଗଲରେ ମାଓବାଦୀଙ୍କ କାର୍ଯ୍ୟକଳାପ ବିଷୟରେ ଖବର ପାଇବା ପରେ ତେଲେଙ୍ଗାନା ପୁଲିସ ପକ୍ଷରୁ କମ୍ବିଂ ଅପରେସନ ଆରମ୍ଭ ହୋଇଥିଲା । ଏହି ସମୟରେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିବା ବେଳେ ଏଥିରେ ୭ଜଣ ମାଓବାଦୀଙ୍କୁ ମାରିବାରେ ସକ୍ଷମ ହୋଇଛି ସୁରକ୍ଷାବଳ ।ରବିବାର ସକାଳେ ମୁଲୁଗୁ ଜିଲ୍ଲାର ଏନ୍ତୁରୁନଗରାମ ମଣ୍ଡଳର ଚାଲାପାକା ଅଞ୍ଚଳର ତେଲେଙ୍ଗାନା ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା ବୋଲି ପୁଲିସ କହିଛି। ଏହି ଏନକାଉଣ୍ଟରରେ ୟେଲାଣ୍ଡୁ-ନରସମ୍ପେଟ୍ ଏରିଆ କମିଟି କମାଣ୍ଡର ବଦ୍ରୁ ଛଦ୍ମନାମ ପପାନାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁବରଣ କରିଥିବା ନକ୍ସଲଙ୍କ ଚିହ୍ନଟ କରାଯାଇଛି। ସେମାନେ ହେଲେ ତେଲେଙ୍ଗାନା ସଚିବ କୁରସାମ ମଙ୍ଗୁ ଅରଫ ଭଦରୁ,ଡିଭିସିଏମ ଏଗାଲପୁ ଅରଫ ମଧୁ ଏସିଏମ ମୁସାକୀ ଦେବାଲ,ଏସିଏମ ମୁସାକୀ ଯମୁନା,ପାର୍ଟି ମେମ୍ବର ଜାଇସିଙ୍ଘ,କିଶୋର ଏବଂ କମେଶ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |