ଟ୍ୱିନ୍‌ ସିଟିରେ ଯୋଗାଣ ବିଭାଗର ଚଢ଼ାଉ

ଭୁବନେଶ୍ୱର,୨।୧୧ :ଚଢ଼ା ଦରରେ ଆଳୁ ବିକ୍ରି କରାଯାଉଥିବା ଅଭିଯୋଗରେ ଟ୍ୱିନ୍‌ ସିଟି କଟକ ଓ ଭୁବନେଶ୍ୱରରେ ଯୋଗାଣ ବିଭାଗର ପକ୍ଷରୁ ଚଢ଼ାଉ କରାଯାଇଛି। ଭୁବନେଶ୍ୱର ୪ନଂ ମାର୍କେଟରେ ଯୋଗାଣ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିବା ବେଳେ କଟକ ଛତ୍ର ବଜାରରେ ଦୋକାନ ଓ ଗୋଦାମରେ ଚଢ଼ାଉ କରାଯାଇଛି।ଭୁବନେଶ୍ୱରରେ ଆଳୁ ୪୦ ଟଙ୍କାରୁ ଅଧିକ ଦରରେ ବିକ୍ରି କରାଗଲା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯୋଗାଣ ଅଧିକାରୀ କହିଛନ୍ତି। ଭୁବନେଶ୍ୱର ୪ନଂ ମାର୍କେଟରେ  ଚଢ଼ାଉ ବେଳେ  ଯୋଗାଣ ଅଧିକାରୀ କହିଛନ୍ତି, ୪୦ ଟଙ୍କାରୁ ଅଧିକ ବିକିଲେ ଦୋକାନୀକୁ ପ୍ରଥମେ ନୋଟିସ ଦିଆଯିବ। ସେମାନେ ନୋଟିସରେ କ’ଣ ଜବାବ ରଖିବେ ତାକୁ ଆମେ ଦେଖିବୁ। ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।ବ୍ୟବସାୟୀଙ୍କୁ ରେଟ୍ ଚାର୍ଟ ଲଗାଇବାକୁ କୁହାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!