୫ ଟଙ୍କା କମିଲା ଆଳୁ

କଟକ ,୫ା୧୨: କଟକ ଛତ୍ରବଜାରେ ଆଳୁ ଦର କମିଛି । କିଲୋ ପିଛା ୫ ଟଙ୍କା କମିଲା ଆଳୁ । ଖୁଚୁରା ଦୋକାନରେ ଆଳୁ କିଲୋ ୩୫ ଟଙ୍କା ଥିବାବେଳେ, ହୋଲେସେଲ ଦର ରହିଛି ୨୮ ଟଙ୍କା । ଏ ନେଇ ଛତ୍ରବଜାର ବ୍ୟବସାୟୀ ସଂଘ ସଭାପତି ସୂଚନା ଦେଇଛନ୍ତି । ଉତ୍ତର ପ୍ରଦେଶରୁ ଛତ୍ରବଜାରକୁ ଆସିଛି ୩୫ ଟନ୍ ଆଳୁ । ଆଗାମୀ ଦିନରେ ଆଳୁ ଦର ଆହୁରି ଖସିବା ଆଶଙ୍କା ଥିବା କୁହାଯାଉଛି । ଆଳୁ ମୂଲ୍ୟ ବୃଦ୍ଧି ବାବଦକୁ ବିଧାନସଭାରେ ଯୋଗାଣମନ୍ତ୍ରୀ କୃଷ୍ଣ ପାତ୍ର ପ୍ରତିକ୍ରିୟା ରଖିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!