ଆଡିଲେଡ,୬।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ଡିସେମ୍ବର ୬ରୁ ଆଡିଲେଡର ଓଭାଲରେ ଖେଳାଯିବ। ଏହା ପିଙ୍କ୍ ବଲ ଦିନରାତି ଟେଷ୍ଟ ହେବ। ଏହାପୂର୍ବରୁ ପର୍ଥରେ ଖେଳାଯାଇଥିବା ସିରିଜର ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆ ୨୯୫ ରନ ଜିତିଥିଲା। ବର୍ତ୍ତମାନ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଜିତି ଭାରତୀୟ ଦଳ ସିରିଜରେ ୨-୦ ଅଗ୍ରଣୀ ହାସଲ କରିବାକୁ ଚାହୁଁଛି।ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ଭାରତୀୟ ସମୟ ଅନୁଯାୟୀ ମ୍ୟାଚ ସକାଳ ୯.୩୦ରେ ଆରମ୍ଭ ହେବ। ଟସ ଅଧା ଘଣ୍ଟା ପୂର୍ବରୁ ଅର୍ଥାତ୍ ସକାଳ ୯.୩୦ରେ ହେବ। ଦ୍ୱିତୀୟ ଟେଷ୍ଟ ଷ୍ଟାର ସ୍ପୋର୍ଟସ ମାଧ୍ୟମରେ ଭାରତରେ ସିଧା ପ୍ରସାରଣ ହେବ। ଏହା ବ୍ୟତୀତ ମ୍ୟାଚ ଡିଡି ସ୍ପୋର୍ଟସରେ ସିଧା ପ୍ରସାରଣ ହେବ। ଡିଜନି ପ୍ଲସ ହଟଷ୍ଟାରରେ ଭାରତରେ ସିଧା ପ୍ରସାରଣ ହେବ।ପ୍ରଥମେ କଙ୍ଗାରୁ ଟିମ ବୋଲିଂରେ କମାଲ କରି ଭାରତକୁ ୧୮୦ ରନରେ ଅଲଆଉଟ କରି ଦେଇଥିଲା। ଅଭିଜ୍ଞ ବାମହାତୀ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ୪୮ ରନରେ ୬ ୱିକେଟ ନେଇ ଭାରତୀୟ ଟିମକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ। ସ୍କଟ ବୋଲାଣ୍ଡ ଓ ପାଟ କମିନ୍ସ ମଧ୍ୟ ଦୁଇଟି ୱିକେଟ ପାଇଥିଲେ।ଭାରତୀୟ ଇନିଂସ ୧୮୦ ରନରେ ଅଟକିବା ପରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ ଆରମ୍ଭ କରିଥିଲା। ଦଳ ପ୍ରଥମ ଦିନରେ ୩୩ ଓଭର ବ୍ୟାଟିଂ କରିଥିଲେ ହେଁ ଭାରତୀୟ ବୋଲର କେବଳ ଗୋଟିଏ ୱିକେଟ ହାସଲ କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |