ଭୁବନେଶ୍ୱର,୭ା୧୨: କେନ୍ଦ୍ରୀୟ ଡେପୁଟେସନରେ ଯିବେ ଆଇପିଏସ୍ ଆଶିଷ ସିଂ । ଆଇଟିବିପି ଆଇଜି ଭାବେ କାର୍ଯ୍ୟ କରିବେ ଆଶିଷ ସିଂ । ଆଗାମୀ ୫ ବର୍ଷ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଡେପୁଟେସନରେ ଯିବେ । ବର୍ତ୍ତମାନ IPS ଆଶିଷ ସିଂ ଗୃହ ବିଭାଗରେ ଓଏସ୍ଡି ଓଏସଡି ଭାବେ କାର୍ଯ୍ୟ କରୁଛନ୍ତି । ନିର୍ବାଚନ ସମୟରେ ମିଛ କହି ମେଡିକାଲ ଲିଭ୍ ନେଇଥିଲେ ।ସୂଚନାଯୋଗ୍ୟ, ସେତେବେଳେ ବିଜେଡି ସରକାର ପ୍ରତି ଅନୁକମ୍ପା ଦେଖାଉଥିବା ଅଭିଯୋଗ କରି ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଫେରାଦ ହୋଇଥିଲା କେନ୍ଦ୍ର ଭାଜପା। ଏପ୍ରିଲ ୫ରେ ଇସିଆଇଙ୍କ ନିର୍ଦ୍ଦେଶ କ୍ରମେ ଆଶିଷଙ୍କୁ କେନ୍ଦ୍ର ରେଞ୍ଜ ଆଇଜି ପଦରୁ ହଟାଯାଇଥିଲା। ପରେ ତାଙ୍କୁ ଆଇଜି- ସିଏମ୍ ସିକ୍ୟୁରିଟି ପଦବୀରେ ଅବସ୍ଥାପିତ କରାଯାଇଥିଲା। ହେଲେ ସେ ବିଜେଡି ନିର୍ବାଚନ ପ୍ରଚାର ପାଇଁ ରଣନୀତି ତିଆରି କରୁଥିବା ଅଭିଯୋଗ ହୋଇଥିଲା। ମେଡିକାଲ ଛୁଟିରେ ଥିବା ଆଶିଷଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଭାରତୀୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ। ଭୁବନେଶ୍ୱର ଏମ୍ସର ସ୍ବତନ୍ତ୍ର ମେଡିକାଲ ବୋର୍ଡ ରିପୋର୍ଟ ଆଧାରରେ ଆଶିଷ ମିଛ କହୁଥିବା ଜଣାପଡ଼ିଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |