ନବରଙ୍ଗପୁର(ମିହିର ଶଙ୍କର ପତ୍ର),୭ା୧୨ :-ଡାବୁଗାଁ ଥାନା ଅଧୀନ ଚାଟିଗୁଡା ଡିଏନକେରେ ଗୁରୁବାର ବିଳମ୍ବିତ ରାତିରେ ଜଳିଗଲା ବାଇକ, କିଏ ଜଳିଲା ତାହା ସନ୍ଦେହ ଘେରରେ। ଆଜି ଶନିବାର ଅପରାହ୍ନ 4 ଘଣ୍ଟା ସମୟରେ ଡାବୁଗାଁ ଥାନାର ଦ୍ୱାରସ୍ଥ ହୋଇ ଥାନାରେ ଲିଖିତ ଭାବରେ ଅଭିଯୋଗ ଦେଲେ ବିକଳାଙ୍ଗ ଦମ୍ପତି ବରୁଣ ଦାସ ଏଵଂ ତାଙ୍କ ସ୍ତ୍ରୀ ଏହା ପରେ ଆମ ପ୍ରତିନିଧି ପାଖକୁ ଯାଇ ନିଜର ପ୍ରତିକ୍ରିୟା ରଖିଲେ ବିକଳାଙ୍ଗ ବରୁଣ ଦାସ ଏଵଂ ତାଙ୍କ ସ୍ତ୍ରୀ।ଏ ଘଟଣା ବିଷୟରେ ଝରିଗାଁ ବିଧାୟକ ଙ୍କୁ ମଧ୍ୟ ଭେଟି ନିଜର ଦୁଃଖ ଜଣାଇ ଥିଲେ। ବରୁଣ ଜଣେ ବିକଳାଙ୍ଗ ହାଇଥିବାର 2021 ମସିହାରେ ଜୁପିଟର ତିନି ଚକିଆ ବାଇକ କିଣିଥିଲେ ଯାତାୟାତ ପାଇଁ। କିନ୍ତୁ ଦୁଃଖର ବିଷୟ କେହି ଜଣେ ବାଇକ କୁ ଜାଳିଦେଇଥିବା ସେ ସନ୍ଦେହ କରୁଛନ୍ତି ଏଵଂ ଏବିଷୟରେ ଲିଖିତ ଅଭିଯୋଗ ମଧ୍ୟ କରିବାକୁ ଆସିଛନ୍ତି ଡାବୁଗାଁ ଥାନାରେ। ଏହି ବାଇକ କେବଳ ବାଇକ ନୁହଁ ବିକଳାଙ୍ଗ ବରୁଣର ଦ୍ୱତୀୟ ଗଡ଼ କହିଲେ ଚଲେ। ବର୍ତ୍ତମାନ ନ୍ୟାୟ ପାଇବା ଅପେକ୍ଷାରେ ଅଛନ୍ତି ବରୁଣ। ସେ ଜଣେ ନିହାତି ଗରିବ ହୋଇଥିବାରୁ ସରକାରୀ ସାହାଯ୍ୟ ଏକ ମାତ୍ର ସାହା ଭରସା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |