ପ୍ରତି ମାସ ମହିଳାଙ୍କୁ ମିଳିବ ୧୦୦୦ ଟଙ୍କା

ନୂଆଦିଲ୍ଲୀ,୭ା୧୨:ଝାଡ଼ଖଣ୍ଡ ସରକାରଙ୍କ ତରଫରୁ ମହିଳାଙ୍କ ପାଇଁ ଏକ ନୂଆ ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନା ‘ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ମୟା ସମ୍ମାନ ଯୋଜନା’ ନାମରେ ପରିଚୟ ପାଇଛି । ଏହି ଯୋଜନା ଅଧୀନରେ ମହିଳାଙ୍କ ଆର୍ଥିକ ସ୍ଥିତିରେ ସବଳ ଏବଂ ସେମାନଙ୍କୁ ଆର୍ତିକ ସୁରକ୍ଷା ଯୋଗାଇ ଦିଆଯିବ । ଚଳିତବର୍ଷ ଆରମ୍ଭ ହୋଇଥିବା ଏହି ଯୋଜନାରେ ପ୍ରତ୍ୟେକ ମାସ ମହିଳାଙ୍କୁ ୧,୦୦୦ ଟଙ୍କା ଲେଖାଏଁ ପଠାଇ ଦିଆଯିବ । ରାଜ୍ୟର ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ମହିଳା ଏହି ଟଙ୍କା ପାଇପାରିବେ । ପ୍ରତି ମାସର ୧୫ ତାରିଖରେ ଏହି ରାଶି ମହିଳା ହିତାଧିକାରୀଙ୍କ ଆକାଉଣ୍ଟରେ ଜମା କରାଇବେ ରାଜ୍ୟ ସରକାର ।

  • ମହିଳାଙ୍କ ବୟସ ୨୧ ବର୍ଷରୁ ୪୯ ବର୍ଷ ବୟସ ମଧ୍ୟରେ ହୋଇଥିବା ଆବଶ୍ୟକ
  • ସେ ଝାଡ଼ଖଣ୍ଡର ବାସିନ୍ଦା ହୋଇଥିବା ଆବଶ୍ୟକ
    ଆବେଦନକାରୀ ବା ପରିବାରରେ କୌଣସି ବ୍ୟକ୍ତି ସରକାରୀ କିମ୍ବା ସରକାରୀ ସହାୟତା ପ୍ରାପ୍ତ ସଂସ୍ଥାରେ ନିୟୋଜିତ ହୋଇ ନଥିବା ଆବଶ୍ୟକ ।
  • ଆବେଦନକାରୀ ବା ପରିବାରରେ କୌଣସି ବ୍ୟକ୍ତି ବର୍ତ୍ତମାନ କିମ୍ବା ପୂର୍ବରୁ କେହି ସାଂସଦ/ବିଧାୟକ ହୋଇନଥିବେ ।
  • ଆୟ କର ଦେଉଥିବା ମହିଳା(ପୂର୍ବରୁ କୌଣସି ଅନ୍ୟ ସୁରକ୍ଷା ପେନସନ ଯୋଜନାରେ ଅନ୍ତର୍ଭୁକ୍ତ) ମଧ୍ୟ ଏହି ଯୋଜନାରେ ସାମିଲ ହୋଇପାରିବେ ନାହିଁ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!