ନୂଆଦିଲ୍ଲୀ,୮।୧୨: ଆଜିଠୁ ଚାଷୀମାନଙ୍କ ଦିଲ୍ଲୀ ମାର୍ଚ୍ଚ ଆରମ୍ଭ|ରାସ୍ତା ପୋତା ଗଲା କଣ୍ଟା। ଉଠିଲା ବଡ଼ ବଡ଼ କଙ୍କ୍ରିଟର କାନ୍ଥ। ଥ୍ରୀ ଲେୟର କ୍ୟାରିକେଡିଂ ସହ ସିଲ୍ ହେଲା ଶମ୍ଭୁ ସୀମା। ଆଜିଠୁ ପୁଣି ଚାଷୀମାନଙ୍କ ଦିଲ୍ଲୀ ମାର୍ଚ୍ଚ ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକାଡି କରାଯାଇଛି। ଚାଷୀଙ୍କୁ ଅଟକାଇବା ପାଇଁ ସୀମାରେ କଡ଼ା ପୁଲିସ ଫୋର୍ସ ମୁତୟନ କରାଯାଇଛି|ସରକାରଙ୍କ ପକ୍ଷରୁ କୌଣସି ଖବର ନ ଆସିବା ପରେ ଆଜିଠୁ ପୁଣି ଚାଷୀମାନେ ଦିଲ୍ଲୀ ଚଲୋ ଯାତ୍ରା କରିବେ। ଶୁକ୍ରବାର ଅପରାହ୍ନରେ ୧୦୧ ଜଣ ଚାଷୀ ପଞ୍ଜାବରୁ ‘ଦିଲ୍ଲୀ ଚଲୋ’ ପଦଯାତ୍ରା ଆରମ୍ଭ କରିଥିଲେ। ହେଲେ ପଦଯାତ୍ରାରେ ଚାଷୀମାନେ ଆସି ହରିୟାଣାରେ ପହଞ୍ଚିବା ପରେ ସେମାନଙ୍କୁ ପୁଲିସ ଅଟକାଇଥିଲା। ସେମାନଙ୍କ ଉପରକୁ ଲୁହବୁହା ଗ୍ୟାସ ମାଡ଼ କରିଥିଲା। ଏଥିରେ ଏକାଧିକ ଚାଷୀ ଆହତ ହୋଇଥିଲେ।ତେବେ ପୁଲିସର ଲୁହ ବୁହା ଗ୍ୟାସ ମାଡ଼ ଯୋଗୁ ପୁଣିଥରେ କିଛି ଚାଷୀ ଆହତ ହୋଇଛନ୍ତି। ଏଥିପାଇଁ ଚାଷୀମାନେ ସେମାନଙ୍କ ଦିଲ୍ଲୀ ଚଲୋ ଯାତ୍ରାକୁ ଗୋଟିଏ ଦିନ ବନ୍ଦ ରଖିବାକୁ ନିଷ୍ପିତ୍ତି। ଶମ୍ଭୁ ସୀମାନ୍ତଙ୍କୁ ବିକ୍ଷୋଭ ପ୍ରତ୍ୟାହାର ହେଉଥିବା ଚାଷୀ ନେତା ସରବନ ସିଂହ ପାନ୍ଧେର ଘୋଷଣା କରିଛନ୍ତି।ସେ କହିଛନ୍ତି ଯେ ଆଜି ଆମେ ଦିଲ୍ଲୀ ଚଲୋ ଯାତ୍ରାକୁ ପ୍ରତ୍ୟାହାର କରୁଛୁ। କିନ୍ତୁ ଆଜି ବିକ୍ଷୋଭ ଜାରି ରହିବ। ଟିୟର ଗ୍ୟାସ ସେଲ ମାଡ଼ରେ ଜଣେ ଚାଷୀ ଗୁରୁତର ହୋଇ ପିଜିଆଇରେ ଭର୍ତ୍ତି ହୋଇଛନ୍ତି। ଆହୁରି ୮ରୁ ୯ ଜଣ ଆହତ ହୋଇଛନ୍ତି। ଆନ୍ଦୋଳନର ପରବର୍ତ୍ତୀ କାର୍ଯ୍ୟପନ୍ଥା ଆଗାମୀ ଦିନରେ ନିର୍ଦ୍ଧାରଣ କରାଯିବ ବୋଲି ସେ କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |