ଭୁବନେଶ୍ୱର,୧୦ା୧୨: ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ମଙ୍ଗଳବାର ରାଜଧାନୀରେ ବଡ଼ଧରଣର ଶିକ୍ଷକ ସମାବେଶ ଅନୁଷ୍ଠିତ ହେବ। ବିଭିନ୍ନ ସମସ୍ୟା ଓ ଦାବି ନେଇ ହଜାର ହଜାର ଶିକ୍ଷୟିତ୍ରୀଶିକ୍ଷକ ଓ ଶିକ୍ଷା କର୍ମଚାରୀ ଏଥିରେ ସାମିଲ ହେବେ ବୋଲି ସମନ୍ବୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।ସେ କହିଛନ୍ତି, ସମସ୍ତ ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ତୁରନ୍ତ ଅନୁଦାନ ସହ ଚାକିରି ସର୍ତ୍ତାବଳୀ ପ୍ରଦାନ ଆଦି କ୍ଷେତ୍ରରେ ସରକାର ଅହେତୁକ ବିଳମ୍ବ କରୁଥିବା ପ୍ରତିବାଦରେ ଏହି ସମାବେଶ ହେବ। ସେହିପରି ରାଜ୍ୟର ସମସ୍ତ ନୂତନ ଅନୁଦାନପ୍ରାପ୍ତ ସ୍କୁଲ କଲେଜକୁ ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶାନୁସାରେ ଚାକିରି ସର୍ତ୍ତାବଳୀ ସହିତ ପେନ୍ସନ୍ ପ୍ରଦାନ କରିବା, ବଞ୍ଚତ୍ତ ବିଦ୍ୟାଳୟକୁ ପୂର୍ଣ୍ଣ ଅନୁଦାନ ପ୍ରଦାନ କରିବା, ନୂତନ ପେନ୍ସନ୍ ବ୍ୟବସ୍ଥାକୁ ବାତିଲ କରି ପୂର୍ବ ପ୍ରଚଳିତ ପୁରୁଣା ପେନ୍ସନ୍ ବ୍ୟବସ୍ଥା ଲାଗୁ କରିବା, ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ୬ଟି ନୋସ୍ନାଲ ଇନ୍କ୍ରିମେଣ୍ଟ ଦେବା, ୨୦୦୪ରୁ ଏଯାବତ ଅବସର ନେଉଥିବା ଶିକ୍ଷକ କର୍ମଚାରୀଙ୍କୁ ପେନ୍ସନ୍ ଓ ଅବସରକାଳୀନ ସୁବିଧା ପ୍ରଦାନ କରିବା, ସମସ୍ତ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ସରକାରୀକରଣ କରିବା ଭଳି ବିଭିନ୍ନ ଦାବି ସରକାରଙ୍କ ନିକଟରେ ରଖିବେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |