ନୂଆଦିଲ୍ଲୀ,୧୦ା୧୨: ନୂଆ RBI ଗଭର୍ଣ୍ଣର ନିଯୁକ୍ତ । ଶକ୍ତିକାନ୍ତ ଦାସଙ୍କ ସ୍ଥାନ ନେବେ ସଞ୍ଜୟ ମାଲହୋତ୍ରା । ଆସନ୍ତା ୩ ବର୍ଷ ପାଇଁ ସଞ୍ଜୟ ମାଲହୋତ୍ରାଙ୍କୁ RBI ଗଭର୍ଣ୍ଣର ନିଯୁକ୍ତି ମିଳିଛି । ଆସନ୍ତା ୧୧ ତାରିଖରୁ ନୂଆ ଦାୟିତ୍ବ ନେବେ ସଞ୍ଜୟ ମାଲହୋତ୍ରା। ୧୯୯୦ ବ୍ୟାଚ୍ ରାଜସ୍ଥାନ କ୍ୟାଡର ଆଇଏଏସ୍ ଅଫିସର ସଞ୍ଜୟ ମାଲହୋତ୍ରା ଏବେ ରାଜସ୍ବ ମନ୍ତ୍ରାଳୟର ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ଆରବିଆଇ ଗଭର୍ଣ୍ଣର ଭାବେ ଏବେ ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ କାର୍ଯ୍ୟ କରୁଛନ୍ତି। ଆଜି ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ଶେଷ ହେଉଛି । ୨୦୧୮ରୁ ଆରବିଆଇ ଗଭର୍ଣ୍ଣର ଭାବେ କାର୍ଯ୍ୟ କରି ଆସୁଛନ୍ତି ଶକ୍ତିକାନ୍ତ ।କୋଭିଡ ସମୟରେ ଓ ପରେ ଦେଶର ଦରଦାମ ସମସ୍ୟାକୁ ନିୟନ୍ତ୍ରଣ କରିବା ଦିଗରେ ଉଲ୍ଲେଖନୀୟ କାମ କରିଛନ୍ତି। ୨୦୨୧ରେ ତାଙ୍କ କାର୍ଯ୍ୟକାଳ ଆଉ ୩ ବର୍ଷ ବଢ଼ାଇଥିଲେ କେନ୍ଦ୍ର ସରକାର। RBI ଇତିହାସରେ ଦୀର୍ଘକାଳୀନ ଗଭର୍ଣ୍ଣରଙ୍କ ଭିତରୁ ଶକ୍ତିକାନ୍ତ ଦାସ ଜଣେ।ଶକ୍ତିକାନ୍ତଙ୍କ ପରେ ରାଜସ୍ୱ ସଚିବ ସଞ୍ଜୟ ମାଲହୋତ୍ରା ସମ୍ଭାଳିବେ RBI ଗଭର୍ଣ୍ଣର ଦାୟିତ୍ୱ। ତାଙ୍କ ନାଁରେ ମୋହର ମାରିଛି କେନ୍ଦ୍ର କ୍ୟାବିନେଟର ନିଯୁକ୍ତି ସମ୍ପର୍କିତ କମିଟି। ଆସନ୍ତାକାଲି ଶକ୍ତିକାନ୍ତ ଦାସଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିବେ।ସଞ୍ଜୟ ମାଲହୋତ୍ରା ହେବେ RBIର ୨୬ତମ ଗଭର୍ଣ୍ଣର। ଆସନ୍ତା ୩ବର୍ଷ ପାଇଁ ପଦରେ ରହିବେ। ୧୯୯୦ ବ୍ୟାଚ୍ ରାଜସ୍ଥାନ କ୍ୟାଡର ଆଇଏଏସ୍ ଅଫିସର। ଏବେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅଧିନରେ ରାଜସ୍ୱ ସଚିବ ଅଛନ୍ତି।ଏହା ପୂର୍ବରୁ ସେ ଅର୍ଥ ମନ୍ତ୍ରାଳୟରେ ଫାଇନାନସିଆଲ୍ ସର୍ଭିସ ବିଭାଗ ସଚିବ ଦାୟିତ୍ୱରେ ଥିଲେ। ନିଜ ୩୩ ବର୍ଷ ଚାକିରି କ୍ୟାରିୟରରେ ଅର୍ଥ ଓ ଟିକସ, ଶକ୍ତି, ଆଇଟି, ମାଇନିଂ ସମେତ ବିଭିନ୍ନ କ୍ଷେତ୍ରରେ କାମ କରିବାର ଅଭିଜ୍ଞତା ରଖିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |