ଡି. ଗୁକେଶ ସର୍ବକନିଷ୍ଟ ବିଶ୍ୱ ଚେସ୍ ଚାମ୍ପିୟନ

ନୂଆଦିଲ୍ଲୀ,୧୨।୧୨: ଡିଫେଣ୍ଡିଂ ଚାମ୍ପିୟନ ଚାଇନାର ଡିଙ୍ଗ୍ ଲିରେନଙ୍କୁ ହରାଇ ବିଶ୍ୱ ଚେସ ଚାମ୍ପିୟନଶିପରେ ବିଜୟ ହାସଲ କରିଛନ୍ତି ଭାରତର ଡି. ଗୁକେଶ। ୧୪ ରାଉଣ୍ଡ ବିଶିଷ୍ଟ ଏହି ମୁକାବିଲାର ଶେଷ ରାଉଣ୍ଡରେ ଗୁକେଶ ଲାରେନଙ୍କୁ ହରାଇ ଇତିହାସ ରଚିଛନ୍ତି। ଉଭୟେ ୬.୫ ପଏଣ୍ଟ ସହିତ ଫାଇନାଲ୍ ମୁକାବିଲାକୁ ଓହ୍ଲାଇଥିଲେ। ଏକ ସମୟରେ ଏପରି ଲାଗୁଥିଲା ଯେ ଏହି ମୁକାବିଲା ମଧ୍ୟ ଡ୍ର ଆଡକୁ ଅଗ୍ରଗତି କରୁଛି। ଚେସ୍ ଇତିହାସରେ ସର୍ବକନିଷ୍ଠ ବିଶ୍ୱ ଚାମ୍ପିୟନ ଭାବେ ଇତିହାସ ସୃଷ୍ଟି କଲେ ଭାରତର ଗୁକେଶ ଡି। ଭାରତୀୟ ତାରକା ଗୁକେଶ ଅନ୍ତିମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ଡିଙ୍ଗ ଲିରେନଙ୍କୁ ପରାସ୍ତ କରି ଟାଇଟଲ ଜିତିଛନ୍ତି। ବିଶ୍ୱନାଥନ ଆନନ୍ଦଙ୍କ ପରେ ଗୁକେଶ ଦ୍ୱିତୀୟ ଭାରତୀୟ ଭାବେ ଚେସରେ ବିଶ୍ୱ ଚାମ୍ପିୟନ ହୋଇଛନ୍ତି।ଚେସ୍ ବିଶ୍ୱ ଚାମ୍ପିଅନସିପର ୧୪ତମ ତଥା ଅନ୍ତିମ ମ୍ୟାଚରେ ଗୁକେଶ ଚୀନର ଲିରେନଙ୍କୁ ପରାସ୍ତ କରିଥିଲେ। ଯଦିଓ ମ୍ୟାଚ୍ ଟାଇ ଆଡ଼କୁ ଅଗ୍ରସର ହେଉଥିଲା, କିନ୍ତୁ ଭାରତୀୟ ତାରକା ୧୪ଟି ମ୍ୟାଚରେ ହିଁ ଟାଇଟଲ୍ ଜିତିଥିଲେ।ମ୍ୟାଚ୍ ଡ୍ର ଆଡ଼କୁ ଅଗ୍ରସର ହେଉଥିବା ବେଳେ ଡିଫେଣ୍ଡିଂ ଚାମ୍ପିୟନ ୫୫ତମ ମୁଭରେ ଭୁଲ କରିଦେଇ ଥିଲେ ଏବଂ ଏଫ-୨ରେ ପହଞ୍ଚିଥିଲେ। ଶେଷ ମୁହୂର୍ତ୍ତରେ ହୋଇଥିବା ଏହି ଭୁଲ ଡିଙ୍ଗ ଲିରେନଙ୍କ ଭାଗ୍ୟକୁ ସିଲ୍ କରି ଦେଇଥିଲା ଏବଂ ଗୁକେଶଙ୍କୁ ଅବିସ୍ମରଣୀୟ ବିଜୟ ଦେଇଥିଲା। ମାତ୍ର ୧୮ ବର୍ଷ ବୟସରେ ଗୁକେଶଙ୍କ ବିଜୟ ଚେସରେ ଏକ ଐତିହାସିକ ମାଇଲଖୁଣ୍ଟ, ଯାହା ତାଙ୍କୁ ବିଶ୍ୱ ଚେସ୍ ଚାମ୍ପିୟନଶିପ୍ ଟାଇଟଲ ଜିତିବାରେ ସର୍ବକନିଷ୍ଠ ଖେଳାଳି ଭାବେ ପରିଗଣିତ କରିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!