ଭୁବନେଶ୍ୱର ୧୪।୧୨ : ଜାନୁଆରୀରେ ପୋଲାଭୋରମକୁ ନେଇ ଆନ୍ଦୋଳନ କରିବ ବିଜେଡି। ମାଲକାନଗିରି ମୋଟୁରୁ ଭୁବନେଶ୍ୱର ଦେଇ ଦିଲ୍ଲୀ ଯାଏଁ ଆନ୍ଦୋଳନ କରିବ। ମାଲକାନଗରିବାସୀଙ୍କ ମତାମତ ନେଇ ଆନ୍ଦୋଳନର ରୂପରେଖ ସ୍ଥିର ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ଦେବୀପ୍ରସାଦ ମିଶ୍ର ଓ ପ୍ରଦୀପ ମାଝୀ ସୂଚନା ଦେଇଛନ୍ତି। ଆସନ୍ତା ଜାନୁଆରୀ ମାସରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି । ମାଲକାନଗିରି ମୋଟୁରୁ ରାଜଧାନୀ ଏବଂ ରାଜଧାନୀରୁ ଦିଲ୍ଲୀ ଯାଏଁ ଆନ୍ଦୋଳନ କରିବ ବିଜେଡି। ଓଡିଶାକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ। ବିଜେଡି ପୋଲାଭରମ କମିଟି ଦିଲ୍ଲୀ ଗସ୍ତ କରିଥିଲା । ସେଠାରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଏବଂ ଏସିଏସଟି କମିଶନ ଭେଟିଥିଲେ। ସେ ରିପୋର୍ଟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି। ସେହିପରି ଏହାପୂର୍ବରୁ ମଧ୍ୟ ପୋଲାଭରମ ପ୍ରସଙ୍ଗ ନେଇ ବିଧାନସଭାରେ ସ୍ୱର ଉଠାଇଥିଲେ ବିଜେଡି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |