ବି.ମାଲିଗୁଡା ଗ୍ରାମରେ ଜବରଦଖଲ ଉଛେଦ କଲା ପ୍ରଶାସନ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୧୬।୧୨:ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ବି.ମାଳିଗୁ ଗାଁର ଡ୍ରେନେ ଉପରେ ଥିବା ଜବରଦଖଲଦୁକାନ ବଜାର କୁ ଭାଙ୍ଗିଲା ପ୍ରଶାସନ । ବି.ମାଲିଗୁଡା ରାସ୍ତାର ଉଭୟ ପାର୍ଶ୍ଵରେ ଥିଲା ଜବରଦଖଲ ବିଷୟରେ ଗ୍ରାମବାସୀଙ୍କ ଅଭିଯୋଗକୁ ଭିତ୍ତିକରି ପ୍ରଶାସନ ଜବରଦଖଲ କାରୀଙ୍କୁ ନୋଟିସ ମଧ୍ୟ କରିଥିଲେ କିନ୍ତୁ କିଛି ସୁଫଳ ହୋଇ ନଥିଲା ।ପରେ ତହସିଲଦାର ଓ ପୋଲିସ ପ୍ରଶାସନ ଉପସ୍ଥିତ ରହି ଜବରଦଖଲ ହୋଇଥିବା ସ୍ଥାନକୁ ଉଚ୍ଛେଦ କରାଯାଇଛି । ଏହି ସମୟରେ ନବରଙ୍ଗପୁର ଜିଲ୍ଲା ଡଙ୍ଗରଭେଜା ତହସିଲଦାର ପୁରୁଷତମ ବେନ୍ୟା ଅମିନ,ସୁପଭାଇଜର,ଆରଆଇ ଏଆରଆଇ ଏବଂ ପୋଲିସ ପ୍ରଶାସନ ଉପସ୍ଥିତ ରହି ଜବରଦଖଲ ଉଚ୍ଛେଦ କରିଛନ୍ତି । ଏହି ଉଚ୍ଛେଦ ପରେ ଡ୍ରେନେଜର ସୁବିଧା ହେବା ସହ ମ୍ୟାଲେରୀୟ ଓ ଝାଡ଼ାବାନ୍ତିରୁ ଲୋକେ ରକ୍ଷା ପାଇବେ ଏବଂ ପକା ରାସ୍ତାନିର୍ମଣ ରେ ସୁବିଧା ହେବ  ଗ୍ରାମବାସୀ ମତବ୍ୟକ୍ତ କରିଛନ୍ତି ଏବଂ ପ୍ରଶାସନକୁ ଗ୍ରାମବାସୀ ଧନ୍ୟବାଦ ଜଣାଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!