ପାଇକ କତରା ବିଦ୍ୟାଳୟ ଠାରେ ବାଲ୍ୟ ବିବାହ,ଶିଶୁ ଶ୍ରମିକ ଓ ଡ୍ରପ ଆଉଟ ରୋକିବା ପାଇଁ ବୈଠକ

ନବରଙ୍ଗପୁର( ମିହିର ଶଙ୍କର ପାତ୍ର),୧୮ା୧୨:ପାପଡା ହାଣ୍ଡି ବ୍ଳକ ଅନ୍ତର୍ଗତ ସେମଳା ଗ୍ରାମପଞ୍ଚାୟତର ପାଇକ କତରା ସରକାରୀପ୍ରାଥମିକ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା ।ବୈଠକରେ ଦିଲ୍ଲୀ ଅଙ୍ଗନ ଟ୍ରଷ୍ଟ ମୁଖ୍ୟ ଅନରେଳା ଦାସ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କର ପିତାମାତା ଓ ଅଭିଭାବକ କୁ ବାଲ୍ୟ ବିବାହରେ ,ଶିଶୁ ଶ୍ରମିକ ପ୍ରଥା , ଡ୍ରପ ଆଉଟ ନ ହେବାପାଇଁ ଅଭିଭାବକକୁ ସଚ଼େତନତା କରିଥିଲେ !ମୁଖ୍ୟ ଅତିଥି ଭାବରେ ସେମଳା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ଯୋଗଦାନ କରି ଡ୍ରମ ଆଉଟ ରୋକିବାକୁ ପିତାମାତା ସଚେତନତା , ପ୍ରଧାନ ଶିକ୍ଷକ ,ସି .ଆର ସି.ସି. ମିଳିତ ଉଦ୍ୟମରେ ସଫଳତା ହାସଲରେ ଅଙ୍ଗନ ଟ୍ରଷ୍ଟ୍ର ସଚେତନତା ଧମୀ କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ। ଉକ୍ତ ବୈଠକରେ ସରପଞ୍ଚ ଟଙ୍କଧର ପୁଜାରୀ, ୱାଡମେମ୍ବର,ଆଶାକର୍ମୀ ଜମୁବତୀ ହରିଜନ, ଅଙ୍ଗନୱାଡ଼ି କର୍ମୀ,ଅଙ୍ଗନବାଡି ସୁପର ଭାଇଜର, ପ୍ରଧାନ ଶିକ୍ଷକ ଦୈତାରୀ ପୂଜାରୀ ପ୍ରମୁଖ ସହଯୋଗରେ ନଵରଗ ପୁର ଅଙ୍ଗନଟ୍ରଷ୍ଟର ପ୍ରଭାସିନୀ ପଟ୍ଟନାୟକ, ଦୀପ୍ତିମୟୀ ଆଚାର୍ଯ୍ୟ, ଅନ୍ନପୂର୍ଣ୍ଣ ପାତ୍ର ସହଯୋଗ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!