ଭୁବନେଶ୍ୱର,୨୧।୧୨: ଆଉ ୩ ମାସରେ ଥରେ ନୁହେଁ, ପ୍ରତି ମାସରେ ହିତାଧିକାରୀଙ୍କୁ ରାସନ ମିଳିବ। ଏନେଇ ଶନିବାର ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ତେବେ ନୂଆ ବର୍ଷରୁ ଏହି ନୂଆ ନିୟମ ଲାଗୁ ହେବ।ପୂର୍ବରୁ ଏକାସାଙ୍ଗରେ ୩ ମାସର ରାସନ ଡିଲରଙ୍କ ପାଖରେ ମହଜୁଦ ରହୁଥିଲା। ଏହାର ଅପବ୍ୟବହାର କରାଯାଉଥିଲା। ଏପରିକି ହିତାଧିକାରୀ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏଣୁ ସରକାର ପ୍ରତି ମାସରେ ରାସନ ଦେବାକୁ ନିଷ୍ପତ୍ତି ନେଇଥିବା ମନ୍ତ୍ରୀ କହିଛନ୍ତି।ନୂଆ ବର୍ଷ ଜାନୁଆରୀ ମାସରୁ ଏହି ଯୋଜନା ଲାଗୁ କରାଯିବ। ଏଥିପାଇଁ ଯେଉଁ ଲୋକେ ଏପର୍ଯ୍ୟନ୍ତ ଇ-କେୱାଇସି ଆବେଦନ ପ୍ରକ୍ରିୟାରେ ଭାଗ ନେଇନାହାନ୍ତି, ସେମାନେ ଖୁବଶୀଘ୍ର ଆବେଦନ କରନ୍ତୁ। ଏଥିପାଇଁ ଡିସେମ୍ବର ୩୦, ୨୦୨୪ ତାରିଖକୁ ଆବେଦନ ପାଇଁ ଶେଷ ତାରିଖ ଭାବେ ରଖାଯାଇଛି। ଯେଉଁମାନେ ଏହି ଅବଧି ମଧ୍ୟରେ ଇ-କେୱାଇସି ଆବେଦନ ନ କରନ୍ତି, ସେମାନେ ନୂଆ ବର୍ଷରୁ ରାସନ ନେବାରୁ ବଞ୍ଚିତ ହେବେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |