ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍‌ ହେଲେ ପରବର୍ତ୍ତୀ ଶ୍ରେଶୀକୁ ଯାଇ ପାରିବେ ନାହିଁ

ନୂଆଦିଲ୍ଲୀ,୨୩।୧୨: ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ପଢୁଥିବା ପିଲାଙ୍କ ପାଇଁ ନୂଆ ଜାରି ହେଲା ନୂଆ ନିୟମ। ଏଥର ଏହି ଶ୍ରେଣୀରେ ପଢୁଥିବା ପିଲେ ପରୀକ୍ଷାରେ ଫେଲ୍ ହେଲେ ପରବର୍ତ୍ତୀ ଶ୍ରେଣୀକୁ ଯାଇପାରିବେନି। ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍ ହେବେନିର କଟକଣା ହଟିଲା। ଏନେଇ ସୂଚନା ଜାରି କରିଛନ୍ତି କେନ୍ଦ୍ର ଶିକ୍ଷା ସଚିବ ସଞ୍ଜୟ କୁମାର। ପଞ୍ଚମ ଓ ଅଷ୍ଟମରେ ଫେଲ୍ ହେଲେ ୨ ମାସରେ ରିଟେଷ୍ଟର ସୁଯୋଗ ଦିଆଯିବ। ରିଟେଷ୍ଟରେ ଉତ୍ତୀର୍ଣ୍ଣ ନ ହେଲେ ସେହି ପୁରୁଣା ଶ୍ରେଣୀରେ ରହିବେ। ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲରୁ ବାହାର କରାଯାଇପାରିବ ନାହିଁ। ଶିକ୍ଷାର ମାନ ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଥିବା କହିଲେ କେନ୍ଦ୍ର ଶିକ୍ଷା ସଚିବ।କେନ୍ଦ୍ର ସରକାରଙ୍କ ଏହି ନୂତନ ନୀତି କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଏବଂ ସୈନିକ ସ୍କୁଲ ସମେତ ୩ ହଜାରରୁ ଅଧିକ ବିଦ୍ୟାଳୟକୁ ପ୍ରଭାବିତ କରିବ। ଶିକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ବିଦ୍ୟାଳୟ ଶିକ୍ଷା ଏକ ରାଜ୍ୟ ବିଷୟ। ତେଣୁ ରାଜ୍ୟମାନେ ଏ ବାବଦରେ ନିଜସ୍ୱ ନିଷ୍ପତ୍ତି ନେଇପାରିବେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!