ରାଜ୍ୟରେ ଗଡ଼ିବ ଗ୍ରୀନ୍ ହାଇଡ୍ରୋଜେନ୍ ବସ୍

ଭୁବନେଶ୍ୱର,୨୪ା୧୨:ଖୁବ୍ ଶୀଘ୍ର ଗ୍ରୀନ ହାଇଡ୍ରୋଜେନ୍ ବସ୍‌ ରାଜ୍ୟରେ ଗଡିବା ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ଗ୍ରୀନ ହାଇଡ୍ରୋଜେନ ବସ୍‌ ଗଡ଼ିବା ନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ।ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱର, କଟକ, ପୁରୀ ମଧ୍ୟରେ ଗଡିବ ଏହି ବସ୍‌। ଏନେଇ ଲୋକସେବା ଭବନରେ ଏକ MoU ସ୍ୱାକ୍ଷରିତ ହୋଇଛି। ରାଜ୍ୟ ସରକାରଙ୍କ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ବା କ୍ରୁଟ୍ ସହ NTPC Ltd. , GRIDCO Ltd. ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି।ଏହି ବସ୍ ଚାଲିବା ଦ୍ବାରା ଡିଜେଲ ଦର କମିବ ଏବଂ ପାସିଞ୍ଜେରମାନେ କମ୍ ଖର୍ଚ୍ଚରେ ବୁଲିପାରିବେ ।ପ୍ରାଥମିକ ପର୍ଯ୍ୟାୟରେ ୩ଟି ବସ୍‌ ଚଳାଚଳ କରିବ। ଉପମୁଖ୍ୟ ମନ୍ତ୍ରୀ ତଥା ଶକ୍ତି ବିଭାଗ ମନ୍ତ୍ରୀ କେଭି ସିଂଦେଓ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ତେବେ ହାଇଡ୍ରୋଜେନ୍ ପ୍ରସ୍ତୁତି ନିମନ୍ତେ NTPC କୁ ରାଜ୍ୟ ସରକାର ଗାଡକଣଠାରେ ଏକ ଜାଗା ପ୍ରଦାନ କରିଛନ୍ତି। ଯେଉଁଠି ନର୍ଦ୍ଦମା ଜଳରୁ ହାଇଡ୍ରୋଜେନ୍ ପ୍ରସ୍ତୁତ କରିବ NTPC।ଏନଟିପିସି, ଗ୍ରୀଡକୋ ଲିମିଟେଡ ଓ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ମଧ୍ୟରେ ତ୍ରିପାକ୍ଷିକ ବୁଝାମଣା ପତ୍ର ଚୁକ୍ତି ସ୍ୱାକ୍ଷର ହୋଇଛି। ବୁଝାମଣା ପତ୍ର ଚୁକ୍ତି ସ୍ୱାକ୍ଷର ବେଳେ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ଓ ଗୃହ ଓ ନଗର ମନ୍ତ୍ରୀ ଉପସ୍ଥିତ ରହିଥିଲେ । ଏହି ପ୍ରୋଜେକ୍ଟରେ ଭୁବନେଶ୍ୱର, ପୁରୀ, କଟକ, କୋଣାର୍କକୁ ଯୋଡ଼ିବାକୁ ଲକ୍ଷ୍ୟ ରଖାଯାଇଛି । ରେ ହାଇଡ୍ରୋଜେନ୍ ଟ୍ୟାଙ୍କ ଫୁଲ ହେଲେ ୬ ଶହ କିମି ଯାଇ ପାରିବ ବସ। ଗୋଟିଏ ଲକ୍ଜରି ବସରେ ୪୪ ଜଣ ଯାତ୍ରା କରି ପାରିବେ। ଯେକୌଣସି ପାଣିପାଗରେ ମଧ୍ୟ ଏହି ବସ୍ ଗଡିପାରିବ । ୨୦୨୫ ଅଗଷ୍ଟ ୧୫ ସୁଦ୍ଧା ବସ୍ ଚଲାଇବାକୁ ଲକ୍ଷ୍ୟ ରଖାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!