ଜୟପୁର ,୨୬।୧୨:ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ତହସିଲ ARI । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୋରିଗୁମ୍ମା ତହସିଲ ARI ସୁରେନ୍ଦ୍ର କୁମାର ତନ୍ତିଙ୍କ ଘରେ ହୋଇଛି ଭିଜିଲାନ୍ସ ରେଡ୍ । ରେଡରେ ସାମିଲ ହୋଇଛନ୍ତି ୩ ଜଣ ଡିଏସପି, ୭ ଇନ୍ସପେକ୍ଟର ଓ ୫ ଏଏସଆଇ। ବୋରିଗୁମ୍ମାସ୍ଥିତ ୨ ମହଲା ବିଶିଷ୍ଠ କୋଠା ଓ ଭଡାଘର, ରଣସପୁରସ୍ଥିତ ନିଜ ଘର, କମତାସ୍ଥିତ ନିଜର ସମ୍ପର୍କୀୟଙ୍କ ଘର, କୁମୁଳିସ୍ଥିତ ଅଫିସ ଆଦି ସ୍ଥାନରେ ରେଡ ହୋଇଛି।କୋରାପୁଟ ଓ ଜୟପୁର ସମେତ ୮ଟି ସ୍ଥାନରେ ହୋଇଛି ଏକକାଳୀନ ଚଢାଉ। ବୋରିଗୁମ୍ମାସ୍ଥିତ ଦୁଇ ମହଲା କୋଠା, ସମ୍ପର୍କୀୟଙ୍କ ଘର ସହ ଝିଅ ରହୁଥିବା ଭଡା ଘରେ ଚାଲିଛି ରେଡ୍।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |