ନବରଙ୍ଗପୁର(ମିହିର ଶଙ୍କର ପାତ୍ର), ,୨୬।୧୨:-ଆଜି ଡାବୁଗାଁ ରେ ଅନୁଷ୍ଠିତ ହେଲା ବିଜେଡିର ୨୮ତମ ପ୍ରତିଷ୍ଠା ଦିବସ। ଡାବୁଗାଁ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ମିଶ୍ରଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଥିଲେ ଡାବୁଗାଁ ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଧାୟକ ମୋନହର ରନ୍ଧାରୀ, ସନ୍ନମାନିତ ଅତିଥିଭାବେ ଯୋଗଦେଇଥିଲେ ନବରଙ୍ଗପୁର ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ ତତସଙ୍ଗେ ସାଙ୍ଗେ ମଞ୍ଚାସିନ ଥିଲେ ଡାବୁଗାଁ ବ୍ଲିକ ଅଧକ୍ଷା ବୁଣାମାଝି, କସାଗୁମଡା ବ୍ଲକ ବୁଜେଡି ସଭାପତି ବଦ୍ରି ନାରାୟଣ ସଙ୍ଘ, ପାପଡାହାଣ୍ଡି ବ୍ଲକ ଉପାଧ୍ୟାକ୍ଷା ସୁଶାନ୍ତ ବେହେରା, ଡାବୁଗାଁ ଜିଲ୍ଲାପରିଷଦ ସଭ୍ୟ ଧମସିଂ ଭତ୍ରା , ବିଧାୟକ ପ୍ରତିନିଧି ଏମ ବୁଲୁ ରାଓ,ବରିଷ୍ଟ ବିଜେଡି ନେତା ଏମ ଆପା ରାଓ ପ୍ରମ୍ମୁଖ। ତତ ସାଙ୍ଗେ ସଙ୍ଗେ ଆଜି ଏହି ପ୍ରତିଷ୍ଠା ଦିବସରେ ଡାବୁଗାଁ ନିର୍ବାଚନ ମଣ୍ଡଳୀର 3ହଜାର ରୁ ଉର୍ଦ୍ଧ ବିଜେଡି କର୍ମି ଉପସ୍ଥିତି ଥିଲେ।ଆଜିଏହି ପ୍ରତିଷ୍ଠା ଦିବସରେ ଉପସ୍ଥିତି ଥିବା ବିଜେଡି ଦଳର ବରିଷ୍ଟ ନେତାମାନେ ଲୋକଙ୍କ ପାଖକୁ ସେବା ଓ ବିକାଶ ପହଞ୍ଚାଇବାକୁ ପ୍ରତିଶୃତି ନେଲେ ଯେଭଳି ଆଗାମୀ ନିର୍ବାଚନ ରେ ଆଉ ବିଜୁ ଜନତା ଦଳକୁ ପରାଜୟର ମୁହଁ ଦେଖିବାକୁ ନପଡୁ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |