ନୂଆଦିଲ୍ଲୀ,୨୬।୧୨:ରାଷ୍ଟ୍ରପତି ଭବନ କଲଚରାଲ ସେଟଂରରେ ୧୭ ଜଣ ବାଳକ, ବାଳିକାଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଳ ପୁରସ୍କାର ପ୍ରଦାନ କରାଯାଇଛି ।ବୀର ବାଳ ଦିବସ ଉତ୍ସବ ପାଳନ ଅବସରରେ ମୋଟ ୧୭ ଜଣ ପିଲା ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତିା ସମ୍ମାନିତ ପିଲାଙ୍କ ଭିତରେ ୭ ଜଣ ବାଳକ ଓ ୧୦ ଜଣ ବାଳିକା ରହିଛନ୍ତି । ମୋଟ ୧୪ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ଏମାନେ ଆସିଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପିଲାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ପୁରସ୍କାର କ୍ରିଡା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ପିଲାଙ୍କୁ ପ୍ରଦାନ କରାଯାଇଥାଏ । ୧୭ ପିଲାଙ୍କ ମଧ୍ୟରେ ରହିଛନ୍ତି ଓଡିଶାର ଝିଅ ପ୍ରୀତିସ୍ମିତା ଭୋଇ ।ପ୍ରୀତିସ୍ମିତା ଏହି ଅବସରରେ ଏକ ମେଡାଲ ସହ ସାର୍ଟିଫିକେଟ ପାଇଛନ୍ତି । ୧୫ ବର୍ଷୀୟା ଢେଙ୍କାନାଳର ଏହି ଝିଅ କ୍ଲିନ ଓ ଜର୍କ କାଟାଗୋରୀରେ ପ୍ରଥମ ଭାରତୀୟ ଭାବେ ବିଶ୍ୱ ରେକର୍ଡ ହାସଲ କରିଛନ୍ତି ।ପ୍ରୀତିସ୍ମତା ଆଇଡବ୍ଲୁଏଫ ୱାର୍ଲ୍ଡ ୟୁଥ ୱେଟଲିପ୍ଟିଂ ଚାମ୍ପାୟାନସିପ ୨୦୨୪ରେ ୭୬ କେଜି ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |