କାଲି ଆସିବ ଡବଲ ଡେକର ବସ୍

ଭୁବନେଶ୍ଵର,,୧।୧: ଆସନ୍ତାକାଲି ଓଡ଼ିଶାରେ ପହଞ୍ଚିବ ଇଲେକ୍ଟ୍ରିକ ଡବଲ ଡେକର ବସ୍। ଏ ନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଦୁଇଟି ଇଲେକ୍ଟ୍ରିକ ଡବଲ ଡେକର ବସ୍‌ ମୁମ୍ବାଇରୁ ଭୁବନେଶ୍ୱର ଅଭିମୁଖେ ବାହାରି ସାରିଥିବା ବେଳେ ଆସନ୍ତାକାଲି ପହଞ୍ଚିବ ବୋଲି କହିଛନ୍ତି ମନ୍ତ୍ରୀ |ଆସିବା ମାତ୍ରେ ଏହା ସାଧାରଣ ଲୋକଙ୍କ ପାଇଁ ବ୍ୟବହାର ହେବନାହିଁ। ଏହା ପ୍ରଥମେ ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବାକୁ ଆସିଥିବା ଅତିଥି ମାନଙ୍କ ପାଇଁ ବ୍ୟବହାର ହେବ । ଗେରୁଆ ରଙ୍ଗରେ ତିଆରି ହୋଇଥିବା ଏହି ବସରେ ଓଡିଶାର କଳା ସଂସ୍କୃତିର ଛାପ ରହିଛି। ବସ୍‌ରେ କୋଣାର୍କ ଚକ , ଶାନ୍ତିସ୍ତୁପ, ଗୋଟିପୁଅ ନୃତ୍ୟ ଏବଂ ଅନ୍ୟାନ୍ୟ କଳାକୃତୀର ଛାପ ଦେଖିବାକୁ ମିଳିବ। ଏହି ବସ୍ କଟକ-ଭୁବନେଶ୍ଵର-ପୁରୀରେ ଚଳାଚଳ କରିବ। ମୁମ୍ବାଇର ଏକ ସଂସ୍ଥ୍ୟ ଏହି ବସ୍‌ ତିଆରି କରୁଛି। ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ରାଜଧାନୀ ଭୁବନେଶ୍ଵରରେ ଡବଲ ଡେକର୍ ବସ୍ ପହଞ୍ଚିବ।ପ୍ରଥମ ପର୍ଯ୍ୟାୟରୁ ରାଜ୍ୟକୁ ଦୁଇଟି ଡବଲ ଡେକର ବସ୍ ଆସୁଛି। ପରେ ଆଉ ଦୁଇଟି ବସ୍‌ ଆସିବ। ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ଡବଲ ଡେକର ବସ୍ ଚାଲିବାକୁ ଥିବରୁ ଏହାକୁ ନେଇ ରାଜଧାନୀବାସିନ୍ଦାଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!